Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାମରା ରେ ଜାତୀୟ ପ୍ରେସ ଦିବସ ପାଳିତ

ସମ୍ବଲପୁର,୧୬/୧୧:ବାମରା ବ୍ଲକ ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ସଭାପତି ସନ୍ତୋଷ ଶୁକ୍ଲାଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜସେବୀ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଂପ୍ରତିକ ସମୟରେ ସାମ୍ବାଦିକ ଓ ଗଣ ମଧ୍ୟ ର ପ୍ରତିନିଧିଙ୍କ ସମସ୍ୟା ଦୁରି କାରଣ ପାଇଁ ସାଧାରଣ ଜନତା ପ୍ରେସର୍ ଗ୍ରୁପ ଭାବରେ କାର୍ଯ୍ୟ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ ।ସେ ତାଙ୍କ ବକ୍ତବ୍ୟରେ ସମ୍ବଲପୁର ଜିଲ୍ଲାରେ ସାମ୍ବାଦିକତାର ଇତିହାସ ସମ୍ପର୍କରେ ତଥ୍ୟ ଉପ ସ୍ଥାପନ କରିଥିଲେ ।ବଡ଼ ଗାଁ କଲେଜରେ ସଦ୍ୟ ଅବସର ନେଇଥିବା ଅଧ୍ୟକ୍ଷ ଡ ଦଶରଥ ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ଯୋଗ ବିହାରୀ ପରିଡ଼ା o ସ୍ଥାନୀୟ ସରପଞ୍ଚ ସମ୍ମାନିତ ଅତିଥି ଭାବରେ ମଞ୍ଚଷିନ ରହି ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ଟିକୁ ସତିଶ ବିଶି ପରିଚାଳନା କରିଥିଲେ ।