Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁଚିଣ୍ଡାରେ ୱାର୍ଡ ମେମ୍ବର ମହା ସଂଘର ସାଂଗଠାନିକ ବୈଠକ : ଆନ୍ଦୋଳନ ପାଇଁ ସଜବାଜ

ସମ୍ବଲପୁର: ନିଖିଳ ଓଡ଼ିଶା ୱାର୍ଡ ମେମ୍ବର ସହ ସଂଘର ଉପ ସଭାପତି ସରୋଜ ମେହେର ଙ୍କ ସଭାପତିତ୍ବରେ କୁଚିଣ୍ଡା ଉପଖଣ୍ଡ ଶାଖାର ଏକ ସାଙ୍ଗଠାନିକ ବୈଠକ କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଉପଦେଷ୍ଠା ସୁବାସ ଚନ୍ଦ୍ର ନାୟକ, ବାମରା ବ୍ଲକ ସଭାପତି ଦିଲ୍ଲୀପ ଜୟପୁରିଆ, କୁଚିଣ୍ଡା ବ୍ଲକ ସମ୍ପାଦିକା ସୁଦର୍ଶନି ତାଣ୍ଡିଆ ଙ୍କ ସମେତ ଧନମତି ରୋହିଦାସ,ପୂଜା ନାଏକ,ପୁରୁଷୋତ୍ତମ ମରେଇ,କିରଣ ଭଙ୍ଗା ର, ଚେତାବନୀ ପୀଙ୍ଗ, ସାବିତ୍ରୀ ବାଘ, ବିମଳା ନାଏକ, ଲିଲି ନାଏକ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରଣ କରି ମହାସଂଘ ର ଶତ ଦଫା ଦାବି ପୂରଣ ପାଇଁ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନର ଆବଶ୍ୟକତା ଅଛି ବୋଲି କହିଥିଲେ ।ଏଥି ପାଇଁ ସଂଗଠନ କୁ ମଜବୁତ୍ କରିବା ପାଇଁ ଆସନ୍ତା ୨୩ ତାରିଖ କେସାଇ ବହାଲରେ ବାମରା ବ୍ଲକ ,୨୪ ତାରିଖ ତେଲି ତିଲେଇମାଲ ରେ କୁଚିଣ୍ଡା ବ୍ଲକ ଓ ୨୫ ତାରିଖ ବଡ଼ମାଳ ରେ ଜମନ୍ କିରା ବ୍ଲକ ସ୍ତରୀୟ ସାଧା ରଣ ବୈଠକ କରି ନୂତନ କର୍ମକର୍ତ୍ତା ମନୋନୟନ କରାଯିବାକୁ ସ୍ଥିର କରାଯାଇଛି ।