Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ବ୍ରାସ ବ୍ୟାଣ୍ଡ ପ୍ରତିଯୋଗିତା : ଜର୍ଜ ଉଚ୍ଚ ବିଦ୍ୟାଳୟ ପ୍ରଥମ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ):ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ର ସ୍ବର୍ଣ୍ଣିମ ଇତିହାସ ରେ ଆଉ ଏକ ଫର୍ଦ ଯୋଡ଼ି ହୋଇଯାଇଛି । ଗତ ତା: ୧୪.୧୧.୨୦୨୪ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ୟୁନିଟ ୬, ଭୁବନେଶ୍ୱର ରେ ହୋଇଥିବା ରାଜ୍ୟ ସ୍ତରୀୟ ବ୍ରାସ ବ୍ୟାଣ୍ଡ ପ୍ରତିଯୋଗିତା ରେ ଲଗାତାର ଭାବେ ଚତୁର୍ଥ ଥର ପାଇଁ ୧୭ ଗୋଟି ବ୍ୟାଣ୍ଡ ଦଳଙ୍କୁ ପଛରେ ପକାଇ ଜର୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ଉନ୍ନୀତ ହେବା ସଙ୍ଗେ ସଙ୍ଗେ ବରଗଡ଼ ମାଟିକୁ ଗୌରବାନ୍ବିତ କରିଛନ୍ତି । କ୍ରୀଡା ଶିକ୍ଷକ ହରିଶ ପାତ୍ରଙ୍କ ନେତୃତ୍ବରେ ଶିକ୍ଷକ ଶ୍ରୀଯୁକ୍ତ ମାନସ ଜାଲ ଏବଂ ଶ୍ରୀଯୁକ୍ତ ଦିନେଶ ସାହୁ ଙ୍କ ସମେତ ଜର୍ଜ ଉଚ୍ଚ ବିଦ୍ୟାଳୟର ୨୬ ଜଣ ଛାତ୍ର ବ୍ୟାଣ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ନିକଟ ଭବିଷ୍ୟତରେ ଆସାମ ରେ ହେବାକୁ ଥିବା ଜାତୀୟ ବ୍ରାସ ବ୍ୟାଣ୍ଡ ପ୍ରତିଯୋଗିତା ରେ ଜର୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିବେ । କୃତି ପ୍ରତିଯୋଗୀ ମାନଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭା ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଡଃ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ । ସଭା କାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଆଦିକନ୍ଦ ସ୍ବାଇଁ ଙ୍କ ବର୍ତ୍ତମାନ ମଧ୍ୟ ବ୍ୟାଣ୍ଡ ଦଳର ସୁନାମ ଅର୍ଜନ କରିବାରେ ବିଶେଷ ସହାୟତା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ