Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାଟକ ପ୍ରତି ଉତ୍ସର୍ଗୀକୃତ ଅବଦାନ ପାଇଁ ନାଟ୍ୟକଳା ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଡ଼. ଶିବ ନାରାୟଣ ଶତପଥି

ସମ୍ବଲପୁର:ସମ୍ବଲପୁରର ପୁରାତନ ନାଟ୍ୟନୁଷ୍ଠାନ ସମ୍ବଲପୁର ନାଟ୍ୟକଳା ପରିଷଦ,ତାର ୫୫ ବର୍ଷ ପଦାର୍ପଣ ରେ ଆୟୋଜନ କରିଛି ନାଟ୍ୟକଳା ଉତ୍ସବ l ସମ୍ବଲପୁର ସହର ଝାଡୁଆପଡା ସ୍ଥିତ ଅରଣ୍ୟକ ମଞ୍ଚ ରେ ଅନୁଷ୍ଠିତ ହୋଇଥିବା ଏହି ନାଟ୍ୟକଳା ଉତ୍ସବ ରେ ବରିଷ୍ଠ କଳାକାର ନାଟକ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ଡ଼. ଶିବ ନାରାୟଣ ଶତପଥି ଙ୍କୁ ନାଟ୍ୟକଳା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ତଥା କଳା ସଂଗଠକ ମନୋରଞ୍ଜନ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଅନୁଷ୍ଠାନ ର ସମ୍ପାଦକ ଡ଼. ସିଦ୍ଧାର୍ଥ ପଣ୍ଡା ଙ୍କର ସଂଯୋଜନା ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ଶିରୀଶ ଚନ୍ଦ୍ର ପୂଜାରୀ ମାନପତ୍ର ପାଠ କରିଥିବା ବେଳେ ଭବାନୀ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ସଭ୍ୟ ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଓ ଗୋରେଖଲାଲ ଦାସ, ଯୋଗେଶ ନନ୍ଦ,ପୂର୍ଣ୍ଣ ଚନ୍ଦ୍ର ଦାସ,ଯୋଗେଶ ହୋତା, ବୋଧରାମ ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l
ଏହି ନାଟ୍ୟକଳା ଉତ୍ସବ ରେ ପ୍ରିୟମ ଜାନି ଙ୍କର ରଚିତ ତଥା ତାପସ ରଞ୍ଜନ ସାହୁ ଙ୍କ ଅନୁବାଦିତ ନାଟକ ଦିଗଦର୍ଶକ ଓ ବିରୁପାକ୍ଷ ପ୍ରଧାନ ଙ୍କ ରଚିତ କଥାନୀ ଢଲତି ବେଲାର… ମଞ୍ଚସ୍ଥ ହୋଇଥିଲା l
ନାଟୁଆ ତାର ସଚ୍ଚୋଟ ପଣିଆ, ତ୍ୟାଗୀ ମାନସିକତା ଓ ନିସ୍ଵାର୍ଥପର ଭାବନା କୁ ନେଇ ନାଟକ ପ୍ରତି ନିଜକୁ ସମର୍ପି ଦିଏ l ବେଳେ ବେଳେ ନିଜର ପାରିବାରିକ ସମସ୍ୟା କୁ ବି ଅଣଦେଖା କରିଯାଏ l ତାର ବି ପରିବାର ଅଛି, ତାର ଭିତରେ ବି ଅଛି ଗୋଟେ ଜୀବନ l ହେଲେ ବି ନାଟକ ହିଁ ତାର ଜୀବନର ମୁଖ୍ୟ ଅଙ୍ଗl ତାରି ଭିତରେ ଖୋଜେ ଗୋଟେ ସୁନ୍ଦର ଶୃଙ୍ଖଳିତ ଜୀବନକୁ l ଆଜିର ସିନେମା ଟେଲିଭିଜନ ର ଚାକଚକ୍ୟ ରେ ଯୁବକ ମାନେ ନାଟକ ଅନେକ କିଛି ଶିଖନ୍ତି ହେଲେ ନାଟକ ଠୁ ବିମୁଖ ହୁଅନ୍ତି l ତଥାପି ବଞ୍ଚେ ନାଟକ… ଗୁରୁ ଶିଷ୍ୟ ଚରିତ୍ର କୁ ନେଇ ଗତିଶୀଳ ନାଟକ ଦିଗଦର୍ଶକ l ମୂଳ ହିନ୍ଦୀ ରଚନା ପ୍ରିୟମ ଜାନି, ସମ୍ବଲପୁରୀ ଭାଷାନ୍ତର ତାପସ ରଞ୍ଜନ ସାହୁ, ଆଲୋକ ସମ୍ପାତ, ସଂଗୀତ ଓ ନିର୍ଦେଶନା : ପ୍ରଶାନ୍ତ ମହାରଣା, ମଞ୍ଚ ସଜ୍ଜା : କାର୍ତ୍ତିକ ସାହୁ ଓ କୃଷ୍ଣ ଚନ୍ଦ୍ର ବିଶି, ଶବ୍ଦ : ଚନ୍ଦନ ପଣ୍ଡା, ରୂପସଜ୍ଜା : ଭଗବାନ ସାହୁ, ମଞ୍ଚ ପରିଚାଳନା : ଗୋରେଖ ଲାଲ ଦାଶ, ଅଭିନୟ ରେ : ସୂର୍ଯ୍ୟ ପାଣିଗ୍ରାହୀ ଓ ତାପସ ରଞ୍ଜନ ସାହୁ l
ଦ୍ଵିତୀୟ ନାଟକ ଥିଲା ବିରୁପାକ୍ଷ ପ୍ରଧାନ ଓ ଦିଲିପ ଦେବ ଙ୍କ ନିର୍ଦେଶିତ ସମ୍ବଲପୁରୀ ନାଟକ ” କଥାନୀ… ଢଲତି ବେଲାର । ଜୀବନର ଅପରାହ୍ନ ରେ ଅନେକ କିଛି ପରିବର୍ତ୍ତନ ଆସେ। ନିଜର ଅନାବିଳ ସ୍ନେହର ପରସରେ କୋଳେଇ କାଖେଇ ଛୋଟ ରୁ ବଡ଼ କରିଥିବା ନିଜର ପୁଅ ଝିଅ ବି ଜୀବନର ସାୟାନ୍ହ ରେ ବାପା ମାଆ ଙ୍କୁ ଭି ବୋଝ ଭାବି ବସନ୍ତି।ଆପଣାର ବି ହୋଇଯାଆନ୍ତି ପର। ହେଲେ ବି ସେମାନେ ପ୍ରେମ ଓ ଅତ୍ମୀୟତା ର ଭାବ ରେ ଭୁଲି ଯାଆନ୍ତି ପୁଅ ଝିଅ ବୋହୁ ଙ୍କର ଅନାଦର ଭାବନାକୁ। ସେମିତି ଏକ କଥାବସ୍ତୁ କୁ ନେଇ ପର୍ଯବେଶିତ ନାଟକ ” କଥାନୀ.. ଢଲତି ବେଲାର। ନାଟକରେ ସଂଗୀତ ଦେଇଥିଲେ ରବୀନ୍ଦ୍ର ପଣ୍ଡା, ବାହ୍ୟ ସଂଗୀତ : ବିଶ୍ୱନାଥ ଶତପଥି, ଆଲୋକ ସମ୍ପାତ : ଚନ୍ଦ୍ରକାନ୍ତ ମହାନ୍ତି, ମଞ୍ଚ ସଜ୍ଜା : ଶୁଭେନ୍ଦ୍ର ନନ୍ଦ ଓ ଭାବତୋଷ ବିଶି। ଅଭିନୟ ରେ ଥିଲେ : ସଂଯୁକ୍ତା ପଣ୍ଡା,ଦିଲିପ ଦେବ, ସନ୍ତୋଷ ମିଶ୍ର,ଶୁଭଶ୍ରୀ ଠାକୁର, ବିରୁପାକ୍ଷ ପ୍ରଧାନ, ଶ୍ୟାମଳୀ ପତି, ଜଗଦାନନ୍ଦ ପ୍ରଧାନ, ରବୀନ୍ଦ୍ର ପଣ୍ଡା ଓ ଜଗଦିଶ ମହାପାତ୍ର।