Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିର ନିଦ୍ରାରେ ଚାଷୀଙ୍କ କର୍ଣ୍ଣଧାର କୁଳମଣି ସାହୁ

ସମ୍ବଲପୁର:ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଚାଷୀଙ୍କ କର୍ଣ୍ଣଧାର କୁହାଯାଉଥିବା ବିଶିଷ୍ଟ ଚାଷୀ କୁଳମଣି ସାହୁଙ୍କ ରବିବାର ସନ୍ଧ୍ୟାରେ ନିଜ ବାସଭବନରେ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ସପ୍ତାହେ ତଳେ ମସ୍ତିସ୍କ ଘାତରେ ପୀଡିତ ହୋଇ ସମ୍ବଲପୁରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ରବିବାର ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ସନ୍ଧ୍ୟାରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ ପୁଅ ଲାଲମୋହନ ସାହୁ ଓ ପରିବାର ଲୋକଙ୍କ ସହିତ ବନ୍ଧୁ ବାନ୍ଧବ, ପଡୋଶୀ ଉପସ୍ଥିତ ଥିଲେ।ଆଜି ସକାଳେ ତାଙ୍କ ଅନ୍ତେଷ୍ଟୀ କ୍ରିୟା କୁଲୁଣ୍ଡି ଶ୍ମଶାନରେ ସମ୍ପାଦନ ହୋଇଛି।
ସେ ଅଞ୍ଚଳର ଜଣେ ବିଶିଷ୍ଟ ଚାଷୀ ଓ ବହୁ ଚାଷୀଙ୍କ ପ୍ରେରଣାର ଉତ୍ସ ଥିଲେ। ଏପରିକି ସରପଞ୍ଚ ଦାୟିତ୍ୱରେ ଥିବା ବେଳେ ଗ୍ରାମପଞ୍ଚାୟତର ଅନେକ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସେ ଜଣେ ନିଷ୍ଠାବାନ, ପରୋପକାରୀ, ଭଗବତ ପ୍ରେମୀ, ମିଷ୍ଟଭାଷୀ, ମେଳାପି, ସ୍ନେହବାତ୍ସଳ ବ୍ୟକ୍ତିତ୍ୱର ପରିଚୟ ତୋଳିଥିଲେ। ଏହି ପରିଣତ ବୟସରେ ମଧ୍ୟ୍ୟ ଖବର କାଗଜର ଜଣେ ଅଗ୍ରଗଣ୍ୟ ପାଠକ ଥିଲେ।ତାଙ୍କ ମୃତ୍ୟୁରେ ସାମ୍ବାଦିକ ସୁବାସ ନାଥ ଶର୍ମା, ବିଶିଷ୍ଟ ଚାଷୀ ସୁବୋଧ କୁମାର ବେହେରା, ବିଜୟ କୁମାର ନାୟକ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା,ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ,କୁଲୁଣ୍ଡି ସରପଞ୍ଚ ତଥା ଅନେକ ବିଶିଷ୍ଟ ବ୍ୟକ୍ତିଶୋକ ପ୍ରକାଶ କରିବା ସହିତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।