Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇସ୍କୁଲ ଜାଗା ଜବରଦଖଲ ଘଟଣା, ଜବରଦଖଲକାରୀ ଙ୍କ ଘରେ ଚାଲିଲା ବୁଲଡୋଜର।

କଳାହାଣ୍ଡି:୧୭/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗା କୁ ଗ୍ରାମ ର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ର ଗୌନ୍ତିଆ ସୁଦାମ ଚରଣ ନାଏକ ୧୯୯୩ ରେ ସ୍କୁଲ ନିର୍ମାଣ ପାଇଁ ୩ ଏକଡ଼ ଜମି ଦାନ କରିଥିଲେ। ତେବେ ଗ୍ରାମ ର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଉକ୍ତ ଜମି କୁ ନିଜର ପୈତୃକ ଜାଗା ଥିବା ଦର୍ଶାଇ ଜବରଦଖଲ କରି ଘର ନିର୍ମାଣ କରିବା ସହ ବାଡ଼ି ବଗିଚା କରି ଦିର୍ଘ ବର୍ଷ ହେବ ନିଜ ଅକ୍ତିଆର ରେ ରଖି ଆସୁଥିଲେ। ।ଏନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଜାଗା ଖାଲି କରିବାକୁ କହିବା ସତ୍ତ୍ୱେ ଜବରଦଖଲ କାରୀ ଓଲଟା ସ୍କୁଲ କର୍ତ୍ତୃପକ୍ଷ ଓ କମିଟି ର ସଦସ୍ୟ ଙ୍କୁ ଧମକଚମକ ଦେଇ ଆସୁଥିଲେ। ପରେ ସ୍କୁଲ ପକ୍ଷରୁ ଜବରଦଖଲ କାରୀ ଙ୍କ ବିରୋଧ ରେ କୋକସରା ତହସିଲ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରି ବ୍ୟକ୍ତି ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ପରେ ନୋଟିସ ଦେବାପରେ ମଧ୍ୟ ଜାଗା ଖାଲି କରିନଥିଲେ। ଏନେଇ ଗତ ଜୁଲାଇ ୧୮ ତାରିଖରେ ତହସିଲଦାର ନବୀନ କିଶୋର ପାଢ଼ୀ ପୁଲିସ ଫୋର୍ସ ନେଇ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଦଖଲକାରୀ କିଛି ମାସ ସମୟ ମାଗିଥିଲେ। ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଜାଗା ଖାଲି ନ କରିବାରୁ ସୋମବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ସହାୟକ ଉପ ଜିଲ୍ଲାପାଳ ଅଜିତ କୁମାର ଶବର,ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା, ରାଜସ୍ୱ ବିଭାଗ କର୍ମଚାରୀ ଛନ୍ଦା ଚରଣ ଖମାରି, ରାଧା ଗୋବିନ୍ଦ ପଟ୍ଟନାୟକ, ବୈଷ୍ଣବ ଗୁରୁ ସମେତ ପୁଲିସ କର୍ମଚାରୀ, ଆଇ ଆର ବି ଯବାନ ମାନେ ଉପସ୍ଥିତ ରହିଥିବା ବେଳେ ବୁଲଡୋଜର ଲଗାଇ ଜବରଦଖଲ କାରୀ ଅଭିମନ୍ୟୁ ନାଏକ ଙ୍କ ଘର କୁ ଭଙ୍ଗାଯାଇ ଜାଗା କୁ ଖାଲି କରାଯାଇ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।