Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠା ଜଳସେଚନ ପ୍ରକଳ୍ପ ରୁ କୋକସରା ବ୍ଲକ କୁ ଜଳସେଚନ ଦାବି ରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର।

କଳାହାଣ୍ଡି:୧୮/୧୧
ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଆସନ୍ତା ରବି ଚାଷ ପାଇଁ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଜଳସେଚନ ବନ୍ଦ ରହିବା ନେଇ ଉଠା ଜଳସେଚନ କୁସୁମଖୁଣ୍ଟି ଡିଭିଜନ ପକ୍ଷରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଵା ପରେ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ସୂଚନା ମତେ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଚଳିତ ବର୍ଷ ପୂର୍ବ ବର୍ଷ ରୁ ଜଳସ୍ତର କମ ରହିଥିବା ଦର୍ଶାଇ ଉଠା ଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ଜଳସେଚନ ବନ୍ଦ ପାଇଁ ଚାଷୀ ଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜଳସ୍ତର ଅଧିକ ରହିଥିବା ସ୍ଥଳେ ବିଭାଗୀୟ ଅଧିକାରୀ ଚାଷୀ ଙ୍କୁ ଭୁଆଁ ବୁଲାଇ ମେଗାଲିଫ୍ଟ ପ୍ରକଳ୍ପ ରେ ଜଳସେଚନ ବନ୍ଦ କରିବା ପାଇଁ ଷଢ଼ଯନ୍ତ୍ର କରିଛନ୍ତି ବୋଳି ଚାଷୀନେତା ଅଭିଯୋଗ କରିଛନ୍ତି।ଏହାକୁ ନେଇ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଜଳସେଚନ ଦାବି ରେ ସୋମବାର କୋକସରା ବ୍ଲକ ର ୨୨ ପଞ୍ଚାୟତ ର ଶତାଧିକ ଚାଷୀମାନେ କୃଷକ ସଚେତନ ମଞ୍ଚ ଡାକରା ରେ ବ୍ଲକ ର ଚାଷୀନେତା ଶିବ ପ୍ରଧାନୀ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ନେତୃତ୍ୱରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ସହ ସାକ୍ଷାତ କରି ସ୍ଥାନୀୟ ରାଜ ହୋଟେଲ ର ସଭାଗୃହ ରେ ବିଧାୟକ ଶ୍ରୀ ପାଟ୍ଟ ଯୋଶୀ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ, କୃଷକ ମଞ୍ଚ ର ଉପ ସଭାପତି ଜୟଲାଲ ନାଏକ, ଜୟ ଜଗନ୍ନାଥ କୃଷକ ମଞ୍ଚ ଲଡୁଗାଁ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ସତ୍ୟବାନ ପାଣିଗ୍ରାହୀ ଶତାଧିକ ଚାଷୀ ଙ୍କ ଉପସ୍ଥିତି ରେ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ ବିଧାୟକ ଙ୍କ ସହ ଆଲୋଚନା କରିବା ପରେ ବିଧାୟକ ମଧ୍ୟ ଏନେଇ ସେ ରାଜ୍ୟ ଜଳସେଚନ ବିଭାଗ ର ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ଓ ଜଳଭଣ୍ଡାର ର ଜଳସ୍ତର କୁ ଦୃଷ୍ଟି ରେ ରଖି ଜଳସେଚନ ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଳି ପ୍ରତିଶ୍ରୁତି ମିଳିଥିବା କହିଛନ୍ତି। ପରେ କୋକସରା ବ୍ଲକ ର ଶତାଧିକ ଚାଷୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଚାଷୀ ଙ୍କ ସ୍ୱାର୍ଥ ନିହିତ ପାଇଁ ଜଳସେଚନ ଯୋଗାଇ ଦେବାକୁ ଦାବି କରିବା ସହ ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ କାରଣରୁ ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ କୁମାର ତିର୍କି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଯଦି ପ୍ରଶାସନ ଜଳସେଚନ ନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।