ସମ୍ବଲପୁର: ସଂବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଜାତୀୟ ପୁସ୍ତକ ସପ୍ତାହ ର ଦ୍ଵିତୀୟ ଦିବସ ସମ୍ପ୍ରତି ଯୁଜୋମୁରା ସରକାରୀ ହାଇସ୍କୁଲ ଠାରେ ପାଳିତ ହୋଇଥିଲା।ଏହି ଅବସରରେ ଅୟୋଜିତ ଏକ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ମେଣ୍ଡଳୀ ସଭାପତିତ୍ୱ କରିଥିଲେ।ଲାଇବ୍ରେରୀ ତରଫରୁ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର, ପ୍ରୋଫେସର କାମଦେବ ସାହୁ,ସଚିନ୍ଦ୍ର କୁମାର ମିଶ୍ର, ଇ: ବିଭୁତି ନାରାୟଣ ମାଝୀ,ଦ.ନିରୂପମା ବଡପଣ୍ଡା ପ୍ରମୁଖ ଯୋଗଦେଇ ପିଲାଙ୍କୁ ପୁସ୍ତକ ପଠନ ର ଉପକାରିତା ସମ୍ବନ୍ଧରେ ସୂଚନା ଦେଇ ଅଧିକ ମାତ୍ରାରେ ବହି ପଢିବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରି ପିଲାଙ୍କୁ ପଢିଵା ଅଭ୍ୟାସ ଜାରି ରଖିବାକୁ କହିଥିଲେ।ଏହି ଉପଲକ୍ଷେ ଅୟୋଜିତ ‘ପୁସ୍ତକ ପଢିଵା କାହିଁକି” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ସମିତା ପ୍ରଧାନ,ହରିଶ୍ଚନ୍ଦ୍ର ସାହୁ ଓ ଓଁପ୍ରକାଶ ଗିରି ଙ୍କୁ ଡାକ୍ତର ନାରାୟଣୀ ପଣ୍ଡା ଙ୍କ ପ୍ରାୟୋଜିତ ଜନକ ପ୍ରିୟା ଟ୍ରଫି ଓ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା । ଶିକ୍ଷୟିତ୍ରୀ , ଦମୟନ୍ତି ସାହୁ ଓ ସୀମା ମେହେର ଓ ଉପାସନା ଦଂଶନା ବିଚାରକ ଦାୟିତ୍ୱ ତୁଲେଇଥିବା ବେଳେ ଶିକ୍ଷକ ବିକାଶ ମିଶ୍ର…ଧନ୍ୟବାଦ ଅର୍ପଣ କରିଥିଲେ,ଶିକ୍ଷକ ଶ୍ରୀ ସୁଶାନ୍ତ ସାହୁ,ଦୀପିକା ପ୍ରଧାନ ନେତ୍ରାନନ୍ଦ ଭୋଇ ଅଂଶୁମାନ ଓ ନବୀନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।