Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟ ଜନ୍ତୁ ଅସୁରକ୍ଷିତ:ବିଦ୍ୟୁତ ତାର ଫାସରେ କଲରାପତରିଆର ବାଘର ମୃତ୍ୟୁ,ମାଂସ ଖାଇ ୪ ଅଭିଯୁକ୍ତ ମଧ୍ୟରୁ ଦୁଇ ଗିରଫ, ୨ ଅଭିଯୁକ୍ତ ଫେରାର

ସମ୍ବଲପୁର:ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ବରାହ ପାଇଁ ବିଦ୍ୟୁତ ତାର ଖଞ୍ଜିଥିବା ଶିକାରୀଙ୍କ ଫାସ ରେ କଲରାପତରିଆ ବାଘ ମୃତ୍ୟୁ ଅଭିଯୋଗ ହୋଇଅଛି। ଘଟଣା ର ଖବର ପାଇ ବନ୍ ତଦନ୍ତ ଜାରି ରଖିଥିଲେ। ଆଜି ଦୁଇ ଅଭିଯୋଗ କୁ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହୋଇଛନ୍ତି। ଅଭିଯୁକ୍ତ ନାମ ପ୍ରକାଶ ରେ ତଦନ୍ତ ବାଧାପ୍ରାପ୍ତ ପାଇଁ ଉଲ୍ଲେଖ କରିନଥିବା ବିଭାଗ ପକ୍ଷ ରୁ ପ୍ରକାଶ। ଅଭିଯୁକ୍ତ ମାନେ ଗତ ଶନିବାର ୧୬ ତାରିଖ ଦିନ ବିଦ୍ୟୁତ୍ ତାର ଫାସ ରୋପଣ କରିଥିଲେ। ଅଭିଯୁକ୍ତ ମତ୍ୟୁ ବାଘ ମାଂସ ଖାଇଥିଲେ। ଏହି ଘଟଣାକୁ ନେଇ ବନ ବିଭାଗ ସୂଚନା ପାଇଥିଲେ। କୋମନା ରେଞ୍ଜ ଅନ୍ତର୍ଗତ ଦେଓଧରା ଗ୍ରାମ ଯାଇ ତଦନ୍ତ ପରେ ୪ ଅଭିଯୁକ୍ତ ମଧ୍ୟରୁ ୨ ଗିରଫ ଗିରଫ ଏବଂ ୨ ଅଭିଯୁକ୍ତ ଫେରାର ଅଛନ୍ତି। ସ୍ବୀକାର କରି ଥିବା ରେଞ୍ଜର ଦେବଦତ୍ତ ସୁତାର ପ୍ରକାଶ। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ଘଟଣା ତଦନ୍ତ ନେଇ ନିର୍ଦ୍ଧେଶ ଦେଇଥିଲେ। ବନ ବିଭାଗ ପକ୍ଷ ରୁ ଫରେଷ୍ଟର ସମୀର କାନ୍ତ ଠାକୁର, ଗୋପାଳ ମହାନନ୍ଦ, ଉତ୍ତମ ମେହେର, ଯଜ୍ଞାସିନି କ୍ଷେତ୍ରି, ପରେଶ ଧାରୁଆ, ସମେତ ଆଇପିଶିଇଏ ସ୍କ୍ୱାର୍ଡ ,ସୁରକ୍ଷା ସ୍କ୍ୱାର୍ଡ ହାତୀ ସ୍କ୍ୱାର୍ଡ ପହଞ୍ଚି ଘଟଣା ତଦନ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ