Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୀର ଦେ ଙ୍କ ବିୟୋଗ ରେ ବିଜେପି ପକ୍ଷରୁ ଶୋକ ସଭା

ସମ୍ବଲପୁର:ସୋମବାର ଦିନ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଙ୍କ ବିୟୋଗରେ ସମଗ୍ର ରାଜ୍ୟ ରେ ଶୋକ ର ଛାୟା ଖେଳି ଯାଇଛି । ମଙ୍ଗଳବାର ଦିନ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସମ୍ବଲପୁର ର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଆହ୍ବାନ କ୍ରମେ ମହାନଦୀ ମଣ୍ଡଳ ତରଫରୁ ସମୀର ଦେ ଙ୍କ ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ କରାଯାଇଥିଲା ।
ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ଶୋକ ସଭା ରେ ସମୀର ଦେ ଙ୍କ ଫୋଟୋ ଚିତ୍ର ରେ ପୂଷ୍ପର୍ଘ୍ୟ ଦେଈ ଦିବଙ୍ଗତ ଆତ୍ମା କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଉପସ୍ଥିତ ସଦସ୍ୟ ମାନେ ତାଙ୍କର ମୃତିଚାରଣ କରିଥିଲେ । ସମୀର ଦେ ଙ୍କ ଭଳି ଏକ ଦକ୍ଷ ନେତୃତ୍ଵ ଙ୍କ ବିୟୋଗରେ ଓଡିଶା ବିଜେପି ର ଅପୂରଣୀୟ କ୍ଷତି ହୋଇଛି ଓ ଏହି ଶୂନ୍ୟସ୍ଥାନ କୁ ସହଜ ରେ ପୂରଣ କରା ଯାଇ ପାରିବ ନାହିଁ ବୋଲି ଉପସ୍ଥିତ କର୍ମୀ ମାନେ ନିଜ ନିଜର ଶୋକ ବାର୍ତ୍ତା ରେ କହିଛନ୍ତି ।
ଆଜିର ଶୋକ ସଭା ରେ ଗୋବିନ୍ଦ ଅଗ୍ରୱାଲ, ଅନିଲ ବେହେରା, ସମୀର ରଞ୍ଜନ ବାବୁ, ଫଣୀଭୂଷଣ ମିଶ୍ର, ଡ.ପ୍ରମୋଦ ରଥ, ଯୁଗଲ ଅଗ୍ରୱାଲ, ପ୍ରଦୀପ ସୂପକାର, ସୁଧିର ମିଶ୍ର, ପ୍ରସନ୍ନ ସାହୁ, ଗୁର୍ଦିପ ଗିଲ୍, ପ୍ରଭୁଦତ୍ତ ପଣ୍ଡା, ଅଜିତ୍ ବେହେରା, ଶ୍ୟାମ ଗୁରୁ, ସନ୍ତୋଷ ଠାକୁର୍, ସୈଲେନ୍ଦ୍ର ପୁରୋହିତ, ମାନସ ରଞ୍ଜନ ବକ୍ସି, ଶୁଭଶ୍ରୀ ମିଶ୍ର, ସରୋଜିନୀ ବନଛୋର୍, ସଲିଲା ପଣ୍ଡା ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ