Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧମାର ସରୋଜ ପ୍ରଧାନ ପାଇଲେ ଚଳଚିତ୍ର ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସମ୍ମାନ

ସମ୍ବଲପୁର: ବନ ମୂଳକରେ ଫୁଟି ଥିବା ଚହଟ ଚମ୍ପାର ବାସ୍ନା ଆଜି ମହକି ଉଠିଛି।ପ୍ରଚ୍ଛଦପଟ ଗାୟକ ଭାବେ ମାନେଶ୍ଵର ବ୍ଲକର ବକ୍ର ମନ୍ଦିର ଭାବେ ପ୍ରସିଦ୍ଧ ଧମା ଗାଁର କଣ୍ଠଶିଳ୍ପୀ ସରୋଜ ପ୍ରଧାନ ରାଜ୍ୟ ଚଳଚ୍ଚିତ୍ର ପାଇଁ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ‘ରୋମିଓ ରାଜା’ ଫିଲ୍ମର ‘ଜୀବନ ତୁ କେଉଁ ସୁଖ ପାଉରେ…’ ଗୀତ ପାଇଁ ତାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ଗତ ରବିବାର ଆୟୋଜିତ ଏକ ସମାରୋହରେ ତାଙ୍କୁ ଏହି ସମ୍ମାନ ମିଳିଛି। ରାଜ୍ୟପାଳ ରଘୁବର ଦାଶ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖଙ୍କ ଉପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରୋଜଙ୍କୁ ପୁରସ୍କୃତ କରିଛନ୍ତି। ଏହି ସଫଳତା ପାଇଁ ସରୋଜଙ୍କୁ ବିଭିନ୍ନ ମହଲରୁ କେବଳ ଶୁଭେଚ୍ଛାର ସୁଅ ଛୁଟୁନି ବରଂ ତାଙ୍କର ଏହି କଳା ପରିଚୟ ଜିଲ୍ଲା ପ୍ରତିଭାରେ ଆଉ ଏକ ନାଁ ଯୋଡ଼ିଛି । ସରୋଜ ହେଉଛନ୍ତି ଧମାର ଶ୍ୟାମ ସୁନ୍ଦର ପ୍ରଧାନ ଓ ମିନା ପ୍ରଧାନଙ୍କ ସୁପୁତ୍ର। ସରୋଜ ୨୦୧୭ରେ ଓଡ଼ିଆ ରିଆଲିଟି ସୋ ସାରେଗାମାପାର ବିଜେତା ହୋଇଥିଲେ। ସରୋଜ ଏବେ ଧମା ନିକଟ ଡକରା ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଶିକ୍ଷକତା ସହ ଚଳଚିତ୍ର ଓ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିବା ସରୋଜ ଆଗକୁ ନିଜର ଅଧ୍ୟବସାୟ ଜାରି ରଖିବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ