Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ଦାବୀରେ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହରର ବହୁ ପ୍ରତିକ୍ଷୀତ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ଦ୍ଧାରିତ ପ୍ଲାନରେ ପୁରୁଣା ବସଷ୍ଟାଣ୍ଡ ଠାରେ ହିଁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦାବୀରେ ଆଜି ସୋନପୁର ସହରର ହଜାର ହଜାର ବ୍ୟବସାୟୀ ସମସ୍ତ କ୍ଳବର ସଦସ୍ୟ, ୱାର୍ଡର କାଉନସିଲର, ସର୍ବ ଦଳୀୟ ନେତୃବୃନ୍ଦ, ବୁଦ୍ଧିଜୀବି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ତଥା ସଧାରଣ ଜନତା ଆଜି ସକାଳ ୧୦ ଟାରେ ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ଆଶୀର୍ବାଦ ନେଇ ଏକ ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସକୁ ଘେରାଉ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଶୋଭାଯାତ୍ରା ପହଞ୍ଚିବା ପରେ ପୋଲିସ ଜିଲ୍ଲାପାଳ ଅଫିସ୍ ମୁଖ୍ୟ ଦ୍ଵାର ବନ୍ଦ କରି ଦେଇଥିଲେ। ପବ୍ଲିକ ଙ୍କ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚାଇବା ପରେ ଜିଲ୍ଲାପାଳ ଏକ ଘଣ୍ଟା ଯାଏ ପ୍ରତିବାଦ ସ୍ଥଳ କୁ ଆସି ନ ଥିବାରୁ ପବ୍ଲିକ ଉତକ୍ଷିପ୍ତ ହୋଇ ମୁଖ୍ୟ ଦ୍ଵାର ଦେଇ ଧସେଇ ପଶି ଦ୍ବିତୀୟ ଗେଟ ଯାଏ ହୋ ହାଲ୍ଲା କରି ପହଞ୍ଚି ଯାଇଥିଲେ। ଉତ୍ତେଜନାକୁ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବାକୁ ଥିବା ଦାବୀପତ୍ର ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ବାରମ୍ବାର ଖବର ଦେବା ପରେ ମଧ୍ୟ ପେଡ଼ି ପ୍ରୋକ୍ରୋମେଣ୍ଟ ମିଟିଂ ରେ ଉପସ୍ଥିତ ଥିବା ଜିଲ୍ଲାପାଳ ବିଳମ୍ୱ କରିବାରୁ ପବ୍ଲିକ ଖୁବ୍ ଉତ୍ତେଜନା ଓ ପ୍ରଶାସନ ବିରୋଧୀ ନାରାବାଜି ଦେବା ଦେଖିବାକୁ ମିଳିଥିଲା। ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ଜିଲ୍ଲାପାଳ, ଏସପି, ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏବଂ ସ୍ଥାନୀୟ ବିଧାୟକ ପ୍ରତିବାଦ ସ୍ଥଳକୁ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହିତ ଏ ସମସ୍ୟା ଉପରେ ଆଲୋଚନା କରି ଏହା ପ୍ରୋସେସରେ ଥିବା କହିଥିଲେ। ଏବଂ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସେହି ସ୍ଥାନରେ ଆରମ୍ଭ କରିବାକୁ ସାଂସଦ ଓ ଜିଲ୍ଲାପାଳ ପ୍ରତିଶୁତି ଦେବାରୁ ଆନ୍ଦୋଳନରୁ ଲୋକେ ହଟିଥିଲେ। ସ୍ଥାନୀୟ ବିଧାୟକଙ୍କୁ ପ୍ରଶ୍ନ କରିବାରୁ ମୁଁ ଜନ୍ମ ଦେଇଛି ଲାଳନ ପାଳନ ଆପଣ ମାନଙ୍କର ବୋଲି ଉତ୍ତର ରଖିଥିଲେ। କିନ୍ତୁ ଦୀର୍ଘ୍ ୨୦ ବର୍ଷ ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହି ଆସିଥିବା ସ୍ଥାନୀୟ ବିଧାୟକ ଏକ ସୁସ୍ଥ ବସଷ୍ଟାଣ୍ଡ ଜନ୍ମ ନ ଦେଇ ବରଂ ଡାହାଣୀ ହୋଇ ଚୁସିବା, ଗୁଣିଆ ହେଇ ଫୁଙ୍କିବା କାମ କରୁଛନ୍ତି ବୋଲି ଆଜି ସନ୍ଧ୍ୟାରେ ସହରରେ ଚର୍ଚ୍ଚା ଜୋର ଧରିଛି। ଏଠି ପ୍ରଶ୍ନ ଉଠେ ଯେ ପବ୍ଲିକ ସର୍ଭେଣ୍ଟ ଭାବେ ରାଜ୍ୟ ସରକାରଙ୍କ ପାଖରୁ ନିଯୁକ୍ତି ହୋଇଥିବା ଜିଲ୍ଲାପାଳ ଓ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ନେତା ନେତ୍ରୀ ମାନେ ପବ୍ଲିକଙ୍କ ଏକ ଜରୁରୀ ଓ ସମ୍ବେଦନଶୀଳ ଅଭିଯୋଗ ଶୁଣିବାକୁ ତଥା ପାଖକୁ ଆସିବାକୁ ଏତେ ଡେରି କାହିଁକି ? ଯିଏ ଯାହାର ମୁଣ୍ଡରୁ ଦୋଷ ଖସାଇ ବାକୁ ପ୍ରସ୍ତୁତ। ଏଥିରୁ ପ୍ରମାଣ ଯେ ପବ୍ଲିକର ବିନା ଆନ୍ଦୋଳନରେ ସୁବର୍ଣ୍ଣପୁରର କୌଣସି ଐତିହାସିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଇଚ୍ଛା ଶକ୍ତିର ଘୋର ଅଭାବ ଯୋଗୁଁ ଜିଲ୍ଲା ରେ ଦୀର୍ଘ ବର୍ଷ ରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ରିଙ୍ଗ ରୋଡ଼, ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ଅଙ୍ଗ କେନାଲ ପ୍ରକଳ୍ପ, ସୋନପୁର କଲେଜକୁ ସରକାରୀ ମାନ୍ୟତା, ଉଭୟ ଜିଲ୍ଲା ନିର୍ଭର କରୁଥିବା ପୁରୁଣା ମେଡିକାଲ୍ କୁ ସିଟି ମେଡିକାଲରେ ପରିଣତ କରିବା, କୃଷୀ ବିଶ୍ୱ ବିଦ୍ୟାଳୟ, ମେଡ଼ିକାଲ୍ କଲେଜ ସମେତ ଅନେକ ପ୍ରକଳ୍ପ କାମ ସୋନପୁର ର ଅତି ସରଳ ବିଶ୍ୱାସୀ, ସଚ୍ଚୋଟ ନିରୀହ ସଧାରଣ ଜନତାଙ୍କ ପାଇଁ ସ୍ବପ୍ନ ହୋଇ ରହିଥିବା ବେଳେ ଆଗକୁ ଆସ୍ତେ ଆସ୍ତେ ଆଗକୁ ଆନ୍ଦୋଳନ ର ଦାନା ବାନ୍ଧୁଛି।