ଜିଏସଟି ସଚେତନତା ରଥର ଶୁଭାରମ୍ଭ


ସମ୍ବଲପୁର: ଦ୍ରବ୍ୟ ଓ ସେବାକର ବିଭାଗ ସମ୍ବଲପୁର ମଣ୍ଡଳ-୧ ଦ୍ଵାରା ଏକ ଜିଏସଟି ସଚେତନତା ରଥ ର ଶୁଭାରମ୍ଭ କରାହେଲା । ଏହି ସଚେତନତା ରଥ ସମସ୍ତ ବ୍ୟବସାୟୀ ଏବଂ ଟିକସ ଦାତାମାନଙ୍କୁ ସଠିକ ସମୟରେ ରିଟର୍ଣ ଦାଖଲ ଏବଂ ଜିଏସଟି ଏମ୍ନେଷ୍ଟି ସ୍କୀମ – ୨୦୨୪ (ସର୍ବକ୍ଷ୍ୟମା ଯୋଜନା – ୨୦୨୪) ସମ୍ବନ୍ଧରେ ସଚେତନ କରାଇବ । ଜି ଏସ ଟିରିଟର୍ଣ ଜିଏସଟିଆର -୧ ଏବଂ ୩ଵି ଦାଖଲ କରିବା ପାଇଁ ଶେଷ ତାରିଖ ଯଥାକ୍ରମେ ପରବର୍ତ୍ତୀ ମାସର ୧୧ ଏବଂ ୨୦ ତାରିଖ ଅଟେ । ଜିଏସଟି ଏମ୍ନେଷ୍ଟି ସ୍କୀମ ଅନୁସାରେ ଯେଉଁ ବ୍ୟବସାୟୀମାନଙ୍କୁ ଆର୍ଥିକ ବର୍ଷ ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ପାଇଁ ଧାରା ୭୩ ଅନୁସାରେ ଡିମାଣ୍ଡ ନୋଟିସ ଜାରି କରାଯାଇଛି ସେମାନେ କେବଳ କର ରାଶି ପଇଠ କରି ସୁଧ ଏବଂ ଜରିମାନାରୁ ଛାଡ ପାଇ ପାରିବେ। ଏଥିପାଇଁ ସେମାନଙ୍କୁ ଉକ୍ତ ଯୋଜନାରେ ଅନଲାଇନ ଆବେଦନ କରିବାକୁ ଅବଗତ କରାଯାଉଛି ।
ଏହି ଜି ଏସ ଟି ସଚେତନତା ରଥ, ଆସନ୍ତା ୨ ଦିନ ଧରି ସମ୍ବଲପୁର ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବଜାର ଏବଂ ପ୍ରମୁଖ ବ୍ୟବସାୟ ସ୍ଥଳ ମାନଙ୍କରେ ପ୍ରଚାର ଏବଂ ସଚେତନ କରାଇବ | ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ତୁଳାଧର ଭୋଇ (ଅତିରିକ୍ତ ଆୟୁକ୍ତ), ଆଶିଷ କୁମାର ସାହୁ (ଯୁଗ୍ମ ଆୟୁକ୍ତ, ସମ୍ବଲପୁର ମଣ୍ଡଳ- ୧), ଲିଙ୍ଗରାଜ ପ୍ରଧାନ ( ଯୁଗ୍ମ ଆୟୁକ୍ତ), କୁଳମଣି ଭୋଇ ( ଯୁଗ୍ମ ଆୟୁକ୍ତ, ପ୍ରବର୍ତନ), ପ୍ରତାପ ପାଣିଗ୍ରାହୀ (ଯୁଗ୍ମ ଆୟୁକ୍ତ, ସମ୍ବଲପୁର ମଣ୍ଡଳ- ୨), ଅଶୋକ କୁମାର ଜଲାଣ, ଜସବୀର ସିଂ ହୁରା (ସଭାପତି, ଚେମ୍ବରସ ଅଫ କମର୍ସ), ଶିବ ପ୍ରସାଦ ସାହୁ (ସଭାପତି,ବ୍ୟବସାୟୀ ସଂଘ), ପ୍ରଦୀପ୍ତ ମିଶ୍ର (ସଭାପତି, ଟ୍ୟାକ୍ସ ବାର ଆସୋସିଏସନ) ପ୍ରମୁଖ ଉପସ୍ଥିତ ଥିଲେ lଏହା ସଙ୍ଗେ ସଙ୍ଗେ ଦ୍ରବ୍ୟ ଓ ସେବା କର ବିଭାଗର ଅଧିକାରୀ, ଚେମ୍ବରସ ଅଫ କମର୍ସ , ବ୍ୟବସାୟୀ ସଂଘ ଏବଂ ଟାକ୍ସ ବାର ଆସୋସିଏସନ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜି ଏସ ଟି ରିଟର୍ଣ୍ଣ ଦାଖଲ , ସର୍ବକ୍ଷମା ଯୋଜନା ଏବଂ ବକେୟା କର ସଂଗ୍ରହ ବାବଦରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଚେମ୍ବରସ ଅଫ କମର୍ସ ଏବଂ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ସରକାରଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହି ପ୍ରୟାସକୁ ସଫଳ କରିବାପାଇଁ ସେମାନେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।