Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ସମ୍ବଲପୁର:ବୁଧବାର ଦିନ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ବରଗଡ଼ ଆନୂକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ବରଗଡ ଅଗ୍ରଗାମୀ ଯୁବକ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଅଛି ।
ରାଜ କିଶୋର ମହାରଣା ଙ୍କ ସ୍ବାଗତ ପରେ ଗୁରୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।
ସର୍ଦାର ପ୍ରୀତମ ସିଂ ଙ୍କ ଅତିଥି ପରିଚୟ ପ୍ରଦାନ ପରେ ଏ ଇ ମିଶନ ସ୍କୁଲ ଦ୍ଵାରା ପ୍ରାରମ୍ଭିକ ସଂଗୀତ ପରିବେଷଣ ଏବଂ ଗୁରୁ ଙ୍କ ଶିଷ୍ୟ ଦଧିବାମନ ଶତପଥୀ ଗୁରୁ ବନ୍ଦନା ପରିବେଶଣ କରିଥିଲେ ! ଡ. ତପସ୍ଵିନୀ ଗୁରୁ ଙ୍କ ସଭାପତିତ୍ବରେ ସଂପାଦକ ସନ୍ତୋଷ କୁମାର ପଣ୍ଡା ବିବରଣୀ ପଠନ କରିଥିଲେ । ସାହିତ୍ୟିକ ମନୋରଞ୍ଜନ ମେହେର ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ବରଗଡ଼ ପୌରାଧିକ୍ଷା କଲ୍ପନା ମାଝୀ, ମୁଖ୍ୟ ବକ୍ତା ଅଧ୍ୟାପିକା ଡ.ସଂଘମିତ୍ରା ମିଶ୍ର, ସମ୍ମାନିତ ଅତିଥି ବୟୋଜ୍ୟେଷ୍ଠ କଣ୍ଠଶିଳ୍ପୀ ଦଧିବାମନ ଶତପଥୀ ଙ୍କ ସମେତ ତରଣୀ ସେନ ବୁଧିଆ, ରାଜେନ୍ଦ୍ର ସାହୁ ପ୍ରମୁଖ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଗୁରୁ ଭଗବାନ ସାହୁଙ୍କ ସାରାଜୀବନ ତ୍ୟାଗ ଏବଂ ଅବଦାନ ଉପରେ ଆଲୋକପାତ କରି ଏକ ମୁଖ୍ୟ ସ୍ଥାନରେ ଗୁରୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗୁରୁତ୍ୱାରୋପ କରିଥିଲେ ।
କବିୟତ୍ରି ସନ୍ତୋଷିନୀ ଦାଶ,ନୂରାବତୀ ସାହୁ, ସଂଗୀତା ଦୀପ, ସନ୍ତୋଷନୀ ନାଗ, ସୁଜାତା ପଣ୍ଡା,କବି ମନୋଜ ବାଗ, ଦୟାନିଧି ମହାପାତ୍ର ପ୍ରମୁଖ ଗୁରୁ ଙ୍କ ଉପରେ କବିତା ପାଠ କରିଥିଲେ ।
ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ,ଯଶବୀର ସିଂ ସୈନୀ, ଅଚ୍ୟୁତା ନନ୍ଦ ବାରିକ,ଶୀବାନନ୍ଦ ମଟାରୀ, ଉଦ୍ଧବ ବେହେରା, ସଂଘମିତ୍ରା ପଟେଲ, ସାରଥୀ ମେହେର, ଜଟାଧାରୀ ପ୍ରଧାନ,ଆଦି ସହଯୋଗ କରିଥିଲେ ।
ସଭାରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ଲିଟୁ ମହାନ୍ତି , ନୃତ୍ୟ ନିର୍ଦ୍ଦେଶକ ଗୋପାଳ ଦାଶ, ଶଙ୍କର ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବର୍ଗର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଶେଷରେ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ