Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀଙ୍କ ପ୍ରଶିକ୍ଷଣ ଶିବିର:ଚାଷକୁ ଗୁରୁତ୍ୱ

ସମ୍ବଲପୁରତା: ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ସମବାୟ ସମିତି ଦ୍ୱାରା ଆର ଏମ ସି ଧାନ ମଣ୍ଡି ଠାରେ ଗତ କାଲି ସମସ୍ତ ଚାଷି,ସମିତିର ସଦସ୍ୟ ସଦସ୍ୟାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ସଭାକୁ ସଭାପତି ରମାକାନ୍ତ ପ୍ରଧାନ ସଭାପତିତ୍ଵ କରିଥିଲେ।ଉକ୍ତ ଶିବିରରେ ସରକାରି ନିବନ୍ଧକ ସମବାୟ ସମିତି ସମୂହ ରେଢ଼ାଖୋଲ ସଞ୍ଜୟ କୁମାର ତ୍ରିପାଠି, ସମ୍ବଲପୁର ସମବାୟ ବ୍ୟାଙ୍କ ନାକଟିଦେଉଳ ଶାଖା ପରିଚାଳକ ଅନୁପମ ଦାଶ, ବ୍ୟାଙ୍କ ଫିଲଡ ଅଫିସର ନିହାର ରଞ୍ଜନ ସାହୁ,ସଂପାଦକ ଅକ୍ଷୟ କୁମାର ନାଏକ ଏବଂ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଶ୍ରୀ ତ୍ରିପାଠି ଚାଷି ମାନେ କିପରି ସମିତି ଦ୍ୱାରା ସମ୍ବଳ ସମୃଦ୍ଧି କରିପାରିବେ,ସେ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ।ଆଗ୍ରହି ଚାଷିଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇ ପାରିବ। ଏହା ସହିତ କୃଷି ବ୍ୟତିତ ମାଛ ଚାଷ କୁକୁଡ଼ା,ଗୋପାଳନ ଇତ୍ୟାଦିରେ ସମବାୟ ସମିତି ଠାରୁ ସହାୟତା ମିଳିପାରିବ।ଚାଷି ଭାଇମାନେ ନିଜର ସଂଚୟକୁ କିଭଳି ଭାବେ ଏକ ଅଭ୍ୟାସରେ ପରିଣତ କରିବେ ଏବଂ ସେହି ସଂଚୟ ଟଙ୍କାକୁ ନିଜର ସୁବିଧା ଅସୁବିଧା ସମୟରେ ବିନିଯୋଗ କରିପାରିବ। ଏହା ସହିତ ବର୍ତ୍ତମାନ ନିଜ ଆକାଉଣ୍ଟକୁ ଆଧାର ଲିଙ୍କ ସୁବିଧା ସମବାୟ ସମିତିରେ ଉପଲବ୍ଧ ଅଛି ଏବଂ ସମବାୟ ସେବା ଦ୍ଵାରା ରିହାତି ପାଇ ପାରିବେ।ସଂପାଦକ ଅକ୍ଷୟ କୁମାର ନାଏକ ତାଙ୍କ ପ୍ରତିକ୍ରିଆରେ କହିଛନ୍ତି ସମବାୟ ସେବା ଦ୍ୱାରା ସାଧାରଣ ଲୋକଟିଏ ନିଶ୍ଚୟ ଉପକୃତ ହୋଇପାରିବ।ଅଞ୍ଚଳର କୃଷି ସମୃଦ୍ଧି ପାଇଁ ଆମେ ସମସ୍ତେ ଯତ୍ନବାନ ହେବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ