Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟ ଜନ୍ତୁ ଟ୍ରଷ୍ଟ ଓ ଇକୋ କ୍ଲବ ପାଳିଲେ ଗଜ ଉତ୍ସବ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ବୁଧବାର ସି. ଏସ୍. ବି. ଜିଲ୍ଲା ସ୍କୁଲରେ “ଗଜ ଉତ୍ସବ” ପାଳନ କରାଯାଇଥିଲା I ଉକ୍ତ ଉତ୍ସବକୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲୋକିତା ଦାଶ ଉଦଘାଟନ କରିଥିଲେ I
ହାତୀ ମାନଙ୍କର ସୁରକ୍ଷା କୁ ତୃଣମୂଳ ସ୍ତରରେ ଦୃଢ଼ କରିବାକୁ ଭାରତୀୟ ବନ୍ୟ ଜନ୍ତୁ ଟ୍ରଷ୍ଟ୍ ଓ ଇକୋ କ୍ଲବ ଓଡିଶା ତରଫରୁଏହା ଆୟୋଜନ ହୋଇଥିଲା । “ଗଜ ଉତ୍ସବ” ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା, ଫିଲ୍ମ ପ୍ରଚଳନ ଇତ୍ୟାଦି କରାଯାଇଥିଲା I
ସମ୍ବଲପୁର ଡିଭିଜନର ଏ. ସି. ଏଫ୍. ମନୋଜ ସିକା, ସମ୍ବଲପୁର ରେଞ୍ଜ ର ରେଞ୍ଜର ଅମିତ୍ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆଯିବା ସହ ବିଦ୍ୟାର୍ଥୀ ମାନଙ୍କୁ ହାତୀର ଉପଯୋଗିତା ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା।
ସହକାରୀ ଶିକ୍ଷକ କୁଳମଣି ଦାଶ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଜିଲ୍ଲା ସ୍କୁଲ୍ ର ଶିକ୍ଷକ ପ୍ରତାପ କେଶରୀ ତ୍ରିପାଠୀ, ପ୍ରଶାନ୍ତ ଦାଶ, ପ୍ରଭାସିନୀ ଦାଶ, ଚିନ୍ମୟ ଆଚାର୍ଯ୍ୟ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ