ସୋନପୁର: କୋଟିପତି ସିଏସ୍ଓଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍ କରାଯାଇଥିଲା ।
ଚଢ଼ାଉ ବେଳେ ସୁରେଶଙ୍କର ୨ଟି କୋଠା, ଗୋଟିଏ ଫାର୍ମ ଓ ୧୯ ପ୍ଲଟ୍ ଜବତ କରିଥିଲା ଭିଜିଲାନ୍ସ । ଏଥିସହ ୫ ଶହ ଶାଗୁଆନ ଗଛ ଥିବା ୪ ଏକର ଜମି, ୧.୭୨ କୋଟିର ବ୍ୟାଙ୍କ ଜମା ଓ ୧.୪୯ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସିଏସ୍ଓ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା । ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି ।