Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ସିଏସଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘର ଓ କାର୍ଯ୍ୟାଳୟ ରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୧୧ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ବଲାଙ୍ଗୀର ତୁଳସୀନଗର ସ୍ଥିତ ବାସଭବନ ଓ ସଂପର୍କୀୟଙ୍କ ଘର, ବରଗଡ଼ ଜିଲ୍ଲା ବଲଣ୍ଡା ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ଵରରେ ସ୍ଥିତ ଭଡ଼ାଘର, ବରଗଡ଼ ଗଙ୍ଗାଧର ସାହି ସ୍ଥିତ ସମ୍ପର୍କୀୟଙ୍କ ଭଡ଼ାଘର, ବଲଣ୍ଡାରେ ଥିବା ଭାଇଙ୍କ ଫ୍ଲାଏ ଆସ୍ ବ୍ରିକ୍ସ ଫାକ୍ଟ୍ରି, ବରଗଡ଼ ବିଜେପୁର ଥାନା ପହଣ୍ଡିରେ ଥିବା ଭାଇଙ୍କ ପେଟ୍ରୋଲ ପମ୍ପ ଇତ୍ୟାଦି ସ୍ଥାନରେ ଚଢାଉ ହୋଇଛି। ରେଡ ବେଳେ ସୋନପୁର ଭିଜିଲାନ୍ସ ବିଭାଗର ଡିଏସପି ରିତାଞ୍ଜଳି ପ୍ରଧାନ ନେତୃତ୍ୱରେ ୨ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ସ୍ଥିତ ଭଡ଼ାଘରେ ୧ ଲକ୍ଷ ୪୯ ହଜାର ନଗଦ ଅର୍ଥ ମିଳିଥିବା ଜଣାପଡ଼ିଛି। ସେହିପରି ତାଙ୍କର ବିଭିନ୍ନ ସ୍ଥାନରେ ଘର ସହ ପ୍ଲଟ ମାନେ ଥିବା ଜଣାପଡିଛି। ତେବେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ରହିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାଣିଗ୍ରାହୀ ରାଜ ନୈତିକ ଷଡଯନ୍ତ୍ରର ଶିକାର ହୋଇଥିବ ବିଷୟ ମଧ୍ୟ ଆଜି ସକାଳୁ ବିଭିନ୍ନ ଚା ଖଟିରେ ଚର୍ଚ୍ଚା ଜୋର୍ ଧରିଥିଲା।