Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁଦର୍ଶନ ହରିପାଳଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ହୀରାକୁଦ ଦୁର୍ଗା ମନ୍ଦିର ଛକରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କୁ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା: ଆଜି ହୀରାକୁଦ ସ୍ଥିତ ଦୁର୍ଗା ମନ୍ଦିର ଛକଠାରେ ହିଣ୍ଡାଲକୋ କମ୍ପାନୀର ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ସ୍ବାଗତ, ସମ୍ବର୍ଦ୍ଧନା କରାଯାଇଥିଲା । ସ୍ଥାନୀୟ ହିଣ୍ଡାଲକୋର ମୁଖ୍ୟ କଲୋନୀର ଗେଟ୍ ନଂ.୧ରୁ ଦୁର୍ଗା ମନ୍ଦିର ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବିଧାୟକ ମାଁ ଦୁର୍ଗାଙ୍କ ଦର୍ଶନ କରିଥିଲେ । ଏହାପରେ ଇଣ୍ଡାଲ ହୀରାକୁଦ ପାୱାର୍ କଣ୍ଟ୍ରାକ୍ଟର୍ ୱାର୍କସ୍ ୟୁନିଅନ୍, ହିଣ୍ଡାଲକୋ ସ୍ମେଲଟର୍ କଣ୍ଟ୍ରାକ୍ଟର୍ ୱାର୍କସ ୟୁନିଅନ୍, ଜିଲ୍ଲା ଆଦିବାସୀ ସଂଘ, ଡକ୍ଟର ଆମ୍ବେଦକର ଜନକଲ୍ୟାଣ ମହାସଂଘ, ପଶ୍ଚିମ ଓଡିଶା ଜେସିବି ଚାଳକ ସଂଘ ତଥା ଅନ୍ୟ ବହୁ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ, ଯୁବକ ସଂଘ, କ୍ଲବ୍ ତଥା ଅନ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଧାୟକ ଭାବ ବିହ୍ଵଳିତ ହୋଇ ନିଜେ ଏହି ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ସମୟର ସ୍ମୃତି ଚାରଣ କରି ସମସ୍ତଙ୍କୁ କାର୍ଯ୍ୟକ୍ରମ ସକାଶେ ଧନ୍ୟବାଦ ଅର୍ପଣ କରିଥିଲେ ତଥା ଶ୍ରମିକଙ୍କ ହକ୍ ଓ ସ୍ବାର୍ଥ ପାଇଁ ବିଭିନ୍ନ ମଞ୍ଚରେ ଯୁକ୍ତି ଉପସ୍ଥାପନ କରି ଲଢେଇ ଜାରୀ ରହିବ ବୋଲି ଉପସ୍ଥିତ ଶ୍ରମିକଙ୍କୁ ଆଶ୍ଵାସନା ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଶିକେଶନ୍ ଓରାମ, ଦୀପକ ପ୍ରସାଦ ସାହୁ, ଜୟ ପ୍ରକାଶ ମିରିଗ୍, ବୁଲୁ ନାୟକ, ଭାସ୍କର ଦାସ, ରୂପଧର୍ ଛତ୍ରିଆ, ଅଶୋକ କୁମାର୍ ଘଡେଇ, କପିଲଦେବ ମଲ୍ଲିକ, ସୁଶିଲ୍ କୁମାର ତାଣ୍ଡି, ଶିବଶଙ୍କର ନାଗ୍, ସୁଦେଶ ପାଲ୍, ଲଛମନ୍ ବଡାଇକ୍, ଡଗର ତାଣ୍ଡି, ରବିନ୍ଦ୍ର ଦାସ, ନିରଞ୍ଜନ ଧୁରୁଆ, ପ୍ରଦୀପ କୁମାର ଗଣ୍ତ, ଦିଲ୍ଲିପ କୁମାର ପଣ୍ଡା, ଗୁରୁଦେବ ଦେହୁରିଆ, ତରୁଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଜିଲ୍ଲା ଯୁବ ବିଜେଡ଼ି ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।