Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିୱାର୍ଡ କାର୍ଯ୍ୟକ୍ରମ ପାଇଁ କୃଷକ ଉତ୍ପାଦନ କମ୍ପାନୀ ସହିତ ଚୁକ୍ତିସ୍ଵାକ୍ଷର

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୃତ୍ତିକା ଓ ଜଳ ବିଭାଜୀକା ବିଭାଗ, ଓଡିଶା ସରକାରଙ୍କ ତରଫରୁ ବିଶ୍ଵବ୍ଯାଙ୍କ ସହାୟତାରେ (ରିୱାର୍ଡ) ପ୍ରକଳ୍ପ ନିମନ୍ତେ ଜିଲ୍ଲାର ଅଗ୍ରଣୀ ୩ ଟି କୃଷକ ଉତ୍ପାଦକ କମ୍ପାନୀ( ସବୁଜ ସନାତନ ପାଲି , ଦେବେଶ୍ଵର ଓ ଧରଣୀଧର) ଙ୍କୁ ୨ ବର୍ଷ ନିମନ୍ତେ କୃଷକ ମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ସଠିକ ମୂଲ୍ଯରେ ବିକ୍ରୟ ନିମନ୍ତେ ଚୁକ୍ତି ସ୍ଵାକ୍ଷର କରାଗଲା।ଏହିକାର୍ଯ୍ୟ ରେ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, (ଆଇ.ଏ.ଏସ), ଜିଲ୍ଲାପାଳ ଉପସ୍ଥିତ ରହି ଚୁକ୍ତି ସ୍ଵାକ୍ଷର କାର୍ଯ୍ୟକ୍ରମ ରେ ସଭାପତିତ୍ଵ କରିବା ସହିତ କୃଷକ ଉତ୍ପାଦନ କମ୍ପାନୀର କର୍ମକର୍ତ୍ତା ଙ୍କ ସହିତ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ପଚାରି ବୁଝିଥିଲେ। ମୂର୍ତ୍ତିକା ସଂରକ୍ଷଣ ବିଭାଗର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହରିବନ୍ଧୁ ସେଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ର ବୈଷୟିକ ସହାୟତା ଅନୁଷ୍ଠାନ ଗ୍ରାଣ୍ଡ ଥୋରଟର୍ନ ର ରାଜ୍ୟ ମୁଖ୍ୟ ଶରତ ଚନ୍ଦ୍ର ପାତ୍ର ପ୍ରକଳ୍ପ ର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ମନୋଜ ରଞ୍ଜନ କୁମାର, ଅନୁଷ୍ଠାନ ଓ ଦକ୍ଷତା ବିକାଶ ବିଶେଷଜ୍ଞ ସିଦ୍ଧାର୍ଥ ଦେବ, ଜିଲ୍ଲା ସଂଯୋଜକ ଗ୍ରାଣ୍ଡ ଥୋରଟର୍ନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ଯାନ୍ଯ ବିଭାଗର ମୁଖ୍ୟ ଯଥା ଜିଲ୍ଲା କୃଷି ଅଧିକାରୀ ଓ ଉପନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ