Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜରେ ମଦମୁକ୍ତି ଯୁବ ବାହିନୀ ତରଫରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତି ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ମହାବିଦ୍ୟାଳୟ ପରିସରରେ ମଦମୁକ୍ତି ଯୁବବାହିନୀ ଓଡିଶା , ସୁବର୍ଣ୍ଣପୁର ଶାଖା ତରଫରୁ ଆଜି ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ ସହ ରାଜ୍ୟ କୁ ସମ୍ପୂର୍ଣ ମଦମୁକ୍ତ ଏବଂ ସଶକ୍ତ ନିଶାନିବାରଣ ଆଇନ ଲାଗୁ କରିବାକୁ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ନବବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଶା ନିଶାନିବାରଣ ଆଇନ 1956 ବିଧାନସଭା ରେ ଆଗତ କରାଇଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆଇନ କୁ କାର୍ଯ୍ୟକାରୀ କରାଗଲା ନାହିଁ l ଫଳରେ ଆଜି ର ସମାଜ ନିଶା କବଳରେ କବଳିତ, ନାରୀ ନିର୍ଯାତନା , ରାସ୍ତା ଦୁର୍ଘଟଣା , ଅକାଳ ମୃତ୍ୟୁ , ଅପରାଧ ଚରମ ସୀମା ରେ ପହଞ୍ଚିଛି l ତେଣୁ ମଦ କୁ ସମ୍ପୂର୍ଣ ବନ୍ଦ କଲେ ସୁସ୍ଥ ସମାଜ ଗଠନ ହୋଇପାରିବ l କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସୁଦାମ ଗାଈଗରିଆ ଯୋଗ ଦେଇ ନବବାବୁଙ୍କ ନିତି ଆଦର୍ଶ ବିଷୟରେ ଆଲୋଚନା କରିବା ସହ ଓଡିଶା ସରକାର ସଂଗ୍ରହ କରୁଥିବା ଅବକାରୀ ରାଜସ୍ବ ତୁଳନା ରେ ଅଧିକ କ୍ଷତି ହେଉଥିବା ସୂଚନା ସହ ଟେକଚନ୍ଦ କମିସନ ତଥ୍ୟ ଉପସ୍ଥାପନା କରିଥିଲେ l ମଦମୁକ୍ତି ଯୁବବାହିନୀ ର ଅନ୍ୟତମ ସଦସ୍ୟ ରାମେଶ୍ୱର ବଡ଼ମାଳୀ ଯୁବପିଢ଼ି ନିଶା ଠାରୁ ଦୁରେଇ ରହିବାକୁ ଆହ୍ୱାନ ଦେଇଥିଲେ I ଏହି ପରିପ୍ରେକ୍ଷୀରେ ଏକ ପ୍ରଶ୍ନତ୍ତରୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଶେଷରେ ଏନ ସି ସି ଛାତ୍ର ସତ୍ୟସାଇ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ I ମିତ୍ରଭାନୁ ମଲ୍ଲିକ , ବିଶ୍ୱମ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ