Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ: ନୂତନ କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର: ନିଖିଳ ଓଡ଼ିଶା ୱାର୍ଡ ମେମ୍ବର ସଂଘ,ବାମରା ବ୍ଲକ ଶାଖାର ସଭାପତି ଦିଲ୍ଲୀପ ଜୟପୁରୀଆ ଙ୍କ ସଭାପତିତ୍ବରେ କେଶାଇବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ସଂଘ ର ଉପଦେଷ୍ଟା ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗ୍ରାମ ସ୍ବରାଜ ର ପ୍ରବର୍ତ୍ତକ ମହାତ୍ମା ଗାନ୍ଧୀ ଓ ଓଡ଼ିଶାର ଦ୍ଵିତୀୟ ମୁଖ୍ୟ ମନ୍ତ୍ରୀ ନବ କୃଷ୍ଣ ଚୌଧୁରୀ ଙ୍କ ଜୟନ୍ତୀ ଉପଲକ୍ଷେ ଉଭୟଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀ କୁ ଉଦଘାଟନ କରିଥିଲେ ।ସେ ତାଙ୍କ ଭାଷଣରେ ସଂଗଠନ କୁ ସୁଦୃଢ କରି ପାରିଲେ ସଂଘର ସାତ ର ଦଫା ଦାବି ପୂର୍ଣ୍ଣ ହେବେ ପୂର୍ଣ୍ଣ ସମ୍ଭବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।ରାଜ୍ୟ ୱାର୍ଡ ମେମ୍ବର ମହା ସଂଘର ଉପ ସଭାପତି ସରୋଜ ମେହେର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଂଘର ବିଗତ ବର୍ଷର ର କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ ।ସ୍ଥାନୀୟ ସରପଞ୍ଚ ବାନେଶ୍ୱର୍ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆନ୍ଦୋଳନ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ ।ପ୍ରାରମ୍ଭରେ ସ୍ଥାନୀୟ ନାଏବ ସରପଞ୍ଚ କୌଶଲ୍ୟା ବାଘ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଦ୍ଵିତୀୟ ଅଧିବେଶନରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇ ଦିଲ୍ଲୀପ ଜୟପୁରିଆ ପୁନର୍ବାର ସଭାପତି ନିର୍ବାଚିତ ହୋଇ ଥିବା ବେଳେ କୁଟାରିମାଲ୍ ନାଏବ ସରପଞ୍ଚ ପୂଜା ନାଏକ ଉପ ସଭାପତି, ପୁରୁଷୋତ୍ତମ ମନୋହରୀ ସମ୍ପାଦକ, ଯୁନିଆ ଲାକରା ସହ ସମ୍ପାଦିକା,ନୀଳମଣି ନାଏକ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସତର ଗୋଟି ଗ୍ରାମ ପଞ୍ଚାୟତ ରୁ ଭୁବନେଶ୍ୱର ସାହୁ, ମଙ୍ଗଲି ନାଏକ, ଗୀତିକା ବାଗ,ପୁନମା ପଟ୍ଟା, ଚେତାବନୀ ପିଙ୍ଗ,ନିରୁପମା କଉଡ଼ି, କୌଶଲ୍ୟା ବାଗ, ଅନୁପମ ନାଏକ, ଡାଲି ଭଞ୍ଜ, ପୁଷ୍ପା ଡୁମଡୁମ୍,କଲୋ କୁଜୁର, ମହେଶ୍ୱର କାନତୁଲା,କିରଣ ଭେଙ୍ଗରା,ସୁରେନ୍ଦ୍ରୀ ନାଏକ ପ୍ରମୁଖ କାର୍ଯ୍ୟକାରୀ କମିଟି ନୀରବ ଚିତ ହୋଇଥିଲେ ।ଏହା ପରେ ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ ।ଶେଷରେ ପୁରୁଷୋତ୍ତମ ମନୋହରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ