Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନବାର୍ ଠାରେ ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ସମ୍ବଲପୁର:ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ କନବାର୍ ଠାରେ ବ୍ରଜେଶ୍ବରି ନୃତ୍ୟ କଲା ସଙ୍ଘ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ଶବ୍ଦ ନୃତ୍ୟ ପ୍ରଚାରକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ, ଶବ୍ଦ ନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକ ଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ନିରୋଦ ସାହୁ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ସରପଞ୍ଚ ଅଧିକାରୀ ବାରିକ, ସମ୍ମାନିତ ଅତିଥି ସୁରେଶ ସାହୁ, ଯୋଗଦାନ କରି ଶବ୍ଦ ନୃତ୍ୟ ର ପ୍ରଚାର ପ୍ରସାର ପାଇଁ ଗୁରୁ ଭଗବାନ ସାହୁ ଙ୍କ ସାରା ଜୀବନ ଅବଦାନ ଉପରେ ଆଲୋକପାତ କରିଥିଲେ।ଉକ୍ତ ସଭାରେ ସାନୁର୍ଯ୍ୟ ପଧାନ,ବିପିନ ବାରିକ, ନରସିଂହ ବନଛୋର,ହୃଦାନନ୍ଦ ପ୍ରଧାନ,ପଞ୍ଚାନନ ସାହୁ,ସୁରୁଗଦ ପଧାନ,ଅଜିତ ପଧାନ, ଦିବାକର ବନଛୋର,ରାଜିନ୍ଦ୍ର ପ୍ରଧାନ, ଭଗବାନ ଦାଶ,ଦାସରଥି ସାହୁ, ଗୁପ୍ତେଶ୍ୱର ପ୍ରଧାନ,ଭକ୍ତ ବନଛୋର, ବୁଦ୍ଧଦେବ ସାହୁ, ବଳରାମ ଭୋଇ,ପ୍ରମୁଖ ଯୋଗଦାନ କରିଥିଲେ।ଶେଷରେ ନବ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories