Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବ୍ଲକ ୱାର୍ଡ ମେମ୍ବର ସଂଘ ସାଧାରଣ ବୈଠକ ଅନୁଷ୍ଠିତ

ସମ୍ବଲପୁର: କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତେଳି ତିଳେଇମାଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କୁଚିଣ୍ଡା ବ୍ଲକ ୱାର୍ଡ ମେମ୍ବର ସଂଘର ସାଧାରଣ ବୈଠକ ଧନମତି ରୋହିଦସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ରାଜ୍ୟ ୱାର୍ଡ ମେମ୍ବର ମହା ସଂଘ ଉପ ସଭାପତି ସରୋଜ ମେହେର ଓ ଉପଦେଷ୍ଟା ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ସାତ ଦଫା ଦାବି ସମ୍ପର୍କରେ ଆଲୋଚନା କରି ଦାବି ପୁରଣ ନ ହେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ । ଏହି ସଭାରେ ପନ୍ଦର ଗୋଟି ଗ୍ରାମ ପଞ୍ଚାୟତ ରୁ ଆସିଥିବା କାର୍ଯ୍ୟକାରୀ କମିଟିର ସଭ୍ୟ ପୁଷ୍ପା ଛତ୍ରିଆ, ମନୋରମା ଛତ୍ରିଆ, କେଶରୀ କିସାନ, ଲିଲିମା କୁମୁରା, ସୁଦର୍ଷନୀ ତଣ୍ଡିଆ,ମଳି କିସାନ, ଇଲାବତି କୁସୁମ, ବାସନ୍ତୀ ମୁଣ୍ଡା,ସଦାଶିବ ନାଏକ, ଲଲିନ୍ଦ୍ର ଅଢା,ରେବତୀ କୁସୁମ,ବାସନ୍ତୀ ବାଦି, ମଞ୍ଜୁଲତା କାଲୋ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଆସନ୍ତା ମାସ ଏକ ତାରିଖ ଦିନ କୁଚିଣ୍ଡା ବ୍ଲକ ସ୍ତରୀୟ ସମ୍ମିଳନୀ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ