Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୌଳିକ ଦାବି ନେଇ ଭଟଲି ବ୍ଲକ କୃଷକ ସଂଗଠନ ତହସିଲଦାର ଙ୍କୁ ଦେଲେ ଦାବିପତ୍ର

ସମ୍ବଲପୁର:ଚାଷୀଙ୍କ ବିଭିନ୍ନ ଦାବି ନେଇ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କୃଷକ ପରିବାର କୃଷକ ସଂଗଠନ ତରଫରୁ ତହସିଲଦାର ଙ୍କ ମଧ୍ୟବର୍ତ୍ତୀତାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଆଜି ପ୍ରଦାନ କରାଯାଇଛି।ଏହି ଦାବି ପତ୍ରରେ କୃଷି କ୍ଷେତ୍ରରେ ବିଦ୍ୟୁତ ଦେୟ ମାଗଣା କରାଯିବା, ସୂର୍ଯ୍ୟଘର ବିଦ୍ୟୁତ ଯୋଜନା ରେ ସମସ୍ତେ ସାମିଲନହେବା ପର୍ଯ୍ୟନ୍ତ ଜଣେବି ହିତାଧିକାରୀଙ୍କ ବିଦ୍ୟୁତ ବିଛିନ୍ନ ନ କରିବା,ଟୋକନ ବ୍ୟବସ୍ତା ଜିଲ୍ଲା ସ୍ତରରେ ସମାଧାନ ହେବା,ଏମଏସପି କୁ ଆଇନ ଗତ ମାନ୍ୟତା ଦେବା ସହିତ ସ୍ୱାମୀନାଥନ କମିଟି ଅନୁସାରେ କୃଷିଜାତ ଦ୍ରବ୍ୟ ର ମୂଲ୍ୟ ନିର୍ଧାରଣ କରିବା ଏପରି ଅନେକ ଗୁଡିଏ ସମସ୍ୟାକୁନେଇ ତହସିଲଦାର ଙ୍କୁ ଦାବିପତ୍ର ଦିଆଯାଇଛି। ତହସିଲଦାର ଚାଷୀଙ୍କ ସଭା କୁ ଆସି ତାହା ଗ୍ରହଣ କରି ତାହାର ସମାଧାନ ପାଇଁ ଉପରସ୍ତ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେଇଥିଲେ।
ଦାବିପତ୍ର ପ୍ରଦାନ ପୂର୍ବରୁ କୃଷକ ପରିବାର ର ସଭାପତି ଥବିର ସାହୁଙ୍କ ସାଭପତିତ୍ୱ ଏବଂ ସମ୍ପାଦକ ଶାନ୍ତନୁ ମାଝୀ ଙ୍କ ପରିଚାଳନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଭଟଲି ବ୍ଲକ ର ଅକ୍ଷୟ ସାହୁ, ସୁରେନ୍ଦ୍ର ଶେଖର ସାହୁ, ଦିଲ୍ଲୀପ ସାହୁ, ବିନୟ ସାହୁ, ଭୀଷ୍ମ ସାହୁ, ନରେଶ ପାଣ୍ଡେ, ଗଣେଶ ବାରିକ,ରବି ସାହୁ,କନ୍ଦର୍ପ, ହେମନ୍ତ ଖମାରି, ଆଦିତ୍ୟ ବୁଦ୍ଧିଆ, କିଶୋର ସେଟ, ବିଦ୍ୟାଧର ସାହୁ, ବାଲମକୁନ୍ଦ, ହେମନ୍ତ ସାହୁ ସରୋଜ ସାହୁ, ବନମାଳୀ ପଟେଲ ଙ୍କ ସମେତ ପ୍ରତ୍ୟେକ ଗ୍ରାମରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ ।