Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ନିଶା ଓ ସଟ୍ଟା କାରବାରରେ ଲିପ୍ତ ୭ ଜଣଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ

ସମ୍ବଲପୁର:ବର୍ଷ ବର୍ଷ ଧରି ସମ୍ବଲପୁର ସହରରେ ଚାଲିଥିବା ବ୍ୟାପକ ବେଆଇନ ନିଶା ଓ ସଟ୍ଟା କାରବାର କୁ ନେଇ ପୋଲିସ ଏବେ ତେଜିଛି। ଏହି କାରବାରକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ଅନେକ କଫ ସିରଫ ବୋତଲ ଓ ସଟ୍ଟା କାଗଜ ତଥା ଟଙ୍କା ଜବତ କରିବା ସହିତ ଏହି ଘଟଣାରେ ଲିପ୍ତ ୭ଜଣଙ୍କୁ ଗିରଫ କରି ହାଜତରେ ପୁରାଇଛି।
ସଦର ଏସ.ଡି.ପି.ଓ. ତୁଫାନ ବାଗ ଏହି ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ବିଭିନ୍ନ ସୂତ୍ରରୁ ଖବର ପାଇ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା l ରେଙ୍ଗାଲି ଥାନା ଦ୍ୱାରା ରେଙ୍ଗାଲି ନିକଟବର୍ତ୍ତୀ ପଣ୍ଡଲୋଇଛକ ରୁ ପଣ୍ଡଲୋଇ ଗ୍ରାମର ଅମନ ମରେଇ (୨୧ ବର୍ଷ ) ଓ ବଣ୍ଟି ପାଉଲେ (୨୪ ବର୍ଷ ) ଙ୍କର ପାଖରୁ ୧ ଲିଟର ର ବଡ଼ ବୋତଲ, ୧୮ ବୋତଲ କଫସିରଫ ସହ ନିଶା ବଟିକା ଓ ୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା l ରେଙ୍ଗାଲି ଥାନା ପକ୍ଷରୁ ରାମଚନ୍ଦ୍ର ନଗର ଛକ ବେଆଇନ ନିଶା କାରବାର ରେ ଲିପ୍ତ ପଣ୍ଡଲୋଇ ଗ୍ରାମ ର ମନୋରଞ୍ଜନ ପାତ୍ର ( ୨୫ବର୍ଷ ) ଙ୍କ ପାଖରୁ ୧ ଲିଟର କଫସିରଫ ବୋତଲ,୧୨ ଟି କଫ ସିରଫ ଛୋଟ ବୋତଲ, ନିଶା ବଟିକା ଓ ୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା l
ସେହିପରି ସମ୍ବଲପୁର ଟାଉନ ଥାନା ପକ୍ଷରୁ ଚଢ଼ାଉ କରି ଲକ୍ଷ୍ମୀ ଟକିଜ ଛକ ପାଖରେ ଥିବା ସୁଜାତା ହୋଟେଲ ପଛପଟ ଆମ୍ବେଦକର ନଗରର ସାଗର କୁମ୍ଭାର (୨୯ ବର୍ଷ ) ଙ୍କ ଠାରୁ ୩୦ ଟି କଫ ସିରଫ ବୋତଲ,୧୦ ଷ୍ଟ୍ରିପ ନିଶା ଟାବଲେଟ ଓ ୧୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା l ବେଆଇନ ନିଶା ଔଷଧ କାରବାର ରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
ସେହିପରି ବିଭିନ୍ନ ସ୍ଥାନରେ ଆତର୍କିତ ଭାବେ ଚଢ଼ାଉ କରି ୩ ଜଣ ବେଆଇନ ସଟ୍ଟା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଧନୁପାଲି ଥାନା ଅନ୍ତର୍ଗତ କୁମ୍ବାରପଡା ରୁ ମହେଶ୍ୱର ମେହେର (୭୮ ବର୍ଷ ) ଙ୍କ ପାଖରୁ ସଟ୍ଟା କାଗଜପତ୍ର ଓ ୬ ହଜାର ଶହେ ଟଙ୍କା, ବରେଇପାଲି ର ତୀର୍ଥବାସୀ ବେହେରା (୫୮ ବର୍ଷ ) ଙ୍କୁ ରେମେଡ଼ ଛକ ରୁ ଗିରଫ କରିଛି ବରେଇପାଲି ପୋଲିସ l ତାଙ୍କ ପାଖରୁ ବେଆଇନ ସଟ୍ଟା କାଗଜ ଓ ୮୨୦ ଟଙ୍କା ତଥା ଟାଉନ ଥାନା ପକ୍ଷରୁ ଲକ୍ଷ୍ମୀ ଟକିଜ ପାଖ ପରଠା ଗଲି ରୁ ମୋତିଝରଣ ଅଂଚଳ ର ସାହିଲ ଅଲ୍ଲୀ ଙ୍କର ପାଖରୁ ବେଆଇନ ସଟ୍ଟା କାଗଜ ଓ ୫୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ବେଆଇନ ସଟ୍ଟା କାରବାର ରେ ଲିପ୍ତ ଥିବା କାରଣରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ଏସ ଡି.ପି.ଓ. ଶ୍ରୀ ବାଗ ସୂଚନା ପ୍ରଦାନ କରିଛନ୍ତି l ଏଥିସହ ଆଗାମୀ ଦିନରେ ବେଆଇନ ନିଶା ଓ ସଟ୍ଟା କାରବାର ରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଜାରିରହିବ ବୋଲି ଶ୍ରୀ ବାଗ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ