Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ସମ୍ଭିଧାନ ଦିବସ

ସମ୍ବଲପୁର:ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ଗୋଡଭଗା ସ୍ଥିତ ସାରସ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିମା ପାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ମହାବିଦ୍ୟାଳୟ ତରଫରୁ ସମୂହ ପ୍ରସ୍ତାବନା ପାଠ କରାଯାଇଥିଲା ତା ସହିତ ଶପଥ ପାଠ ମଧ୍ୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହୀରାକୁଦ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ ଡକ୍ଟର ଅଶ୍ଵିନୀ କୁମାର ସୂପକାର ଯୋଗଦାନ କରିଥିଲେ ଏବଂ ସମ୍ବିଧାନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ରାକେଶ ଭୋଇ ମଞ୍ଚ ପରିଚାଳନା କରିଥିଲେ ।ପ୍ରାରମ୍ଭରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ମାମତମୟୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଅଧ୍ୟକ୍ଷା ପ୍ରତିମା ପାଲ ମଧ୍ୟ ସମ୍ବିଧାନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ତାଙ୍କର ଅଭିଭାଷଣ ରଖିଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କୁଶଲେଶ୍ୱର ବସ୍ତିଆ ମଧ୍ୟ ତାଙ୍କର ଉଦବୋଧନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷା ଅଧ୍ୟାପିକା ବୈଜୟନ୍ତୀ ପଶାୟତ ମଧ୍ୟ ମଞ୍ଚାସିନ ଥିଲେ।ଓଡ଼ିଆ ଅଧ୍ୟାପିକା ସୁଧାରାଣୀ ପଟେଲ,ଶିକ୍ଷା ଅଧ୍ୟାପକ ଆଶିଷ ପତି,ଇତିହାସ ଅଧ୍ୟାପକ ବାସୁଦେବ ଜାଲ, ଓଡ଼ିଆ ଅଧ୍ୟାପିକା ଦିପ୍ତିମୟୀ ପଧାନ,ଟିକେଶ୍ୱର ପଧାନ, ଶ୍ରୀପତି ବାରିକ, ଚିତ୍ତରଞ୍ଜନ ସାହୁ, କାନ୍ତି ମିର୍ଦ୍ଧା,ଫକୀର ଘିବେଲା, ସସ୍ମିତା ମହାକୁର, ସୁବ୍ରତ ଥାପା ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ସର୍ବଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବବ୍ରତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ