Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ୮ରୁ ଜାତୀୟ ସମ୍ବଲପୁରୀ ସମ୍ମିଳନୀ:ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ନିଉତା ଦେଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ

ସମ୍ବଲପୁର:ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଡିସେମ୍ବର ୮ ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ଆଜି ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ନିଉତା ପତର୍ ଦେଇ ନିମନ୍ତ୍ରଣ କରାଯାଇଛି। ସମ୍ବଲପୁର ଜେଲ ଛକ ପାଖରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ହେବ ଏହି ପାଞ୍ଚ ଦିନିଆଁ ସମ୍ବଲପୁରୀ ସମ୍ମିଳନୀ ।
୨୦୧୩ ମସିହାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ପରିଚୟ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିନ ୧-ଅଗଷ୍ଟ ରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନର ଅଭୁତପୂର୍ବ ସଫଳତା ପରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଆହୁରି ରୁଦ୍ଧିବନ୍ତ ଓ ବିକଶିତ କରିବା ପାଇଁ ୨୦୧୮ ରୁ ମଞ୍ଚ ପକ୍ଷରୁ ଏହି ଜାତୀୟ ସମ୍ବଲପୁରୀ ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ବଲପୁରୀ ନାଚ, ଗୀତ, ସଙ୍ଗୀତ, ନାଟକ, ବାନ୍ଧକଳା, ଖାଦ୍ୟପେୟ ର ଏକ ଅଭୁତପୂର୍ବ ମିଳନ ସ୍ଥଳୀ ହେବ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ବୋଲି ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟ୍ୟମକୁ କହିଛନ୍ତି ।
ମଞ୍ଚର ସମ୍ବଲପୁର ଶାଖା ସଂଯୋଜକ କିଶୋର ଧରେଇଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ଡ଼.ଶ୍ୟାମ ସୁନ୍ଦର ଧର, ଡ଼.ସ୍ୱୟଂ ପ୍ରକାଶ ପଣ୍ଡା, ଭବାନୀ ଶଙ୍କର ଭୋଇ, ଅମିତାଭ ମାଝୀ, ରାଜେଶ ସ୍ୱାଇଁ, ସୁରେନ୍ଦ୍ର ବଗର୍ତ୍ତୀ, ରାହୁଲ ଗୁପ୍ତା, ରାଜେଶ ବେହେରା, ପଙ୍କଜିନୀ ମେହେର, କାନ୍ତି ମେହେର, ଝୁନୁ ତ୍ରିପାଠୀ, ସୁଷମା ପ୍ରଧାନ, ପଙ୍କଜିନୀ ବୈଠାରୁ, ପ୍ରଜ୍ଞା ପଣ୍ଡା, ଲଳିତା ଭୋଇ, ଜାମିନି ଠାକୁର, ଭୁମିସୁତା ମେହେର ପ୍ରମୁଖଙ୍କ ସହିତ ବହୁ ସମ୍ବଲପୁରୀ ପ୍ରେମୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ