ସମ୍ବଲପୁର: ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଓ ମୋ ଯୁବା ଭାରତ ପକ୍ଷରୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ନିଶା ନିବାରଣ ନିମନ୍ତେ ଶିକ୍ଷା ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ନାକଟିଦେଉଳ ସ୍ନାତକ ସ୍ନାତକ ମହବିଦ୍ୟାଳୟ ର ଅଧକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁରଭି ସାମଲ ଯୋଗ ଦେଇ ନିଶା ସେବନ ଦ୍ୱାରା ନିଜର କ୍ଷତି ସହ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କ ରେ ଆଲୋଚନା କରିଥିଲେ l ଆଜିର ଯୁବ ସମାଜ ନିଶା କବଳରେ କବଳିତ ହୋଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବା ଦ୍ୱାରା ସମାଜ ର ବ୍ୟାପକ କ୍ଷତି ହେଉ ଅଛି l ନିଶା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହ କିପରି ଜଣେ ଭଲ ମଣିଷ ହୋଇ ପାରି ବା ସେ ସମ୍ପର୍କ ରେ ଆଲୋକ ପାତ କରିଥିଲେ l ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ର ଉପ ନିର୍ଦେଶକ ମାରିଆ ନୁସ୍ ବିଲୁଙ୍ଗ, ସ୍ବେଚ୍ଛାସେବୀ ପ୍ରଦୀପ କୁମାର ବିଶ୍ଵାଳ, ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ଵାଳ, ଭଜ ମନ ପ୍ରଧାନ, ଅଧ୍ୟାପିକା ଲିଟିନା ପ୍ରିୟ ଦର୍ଶିନି, ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ପୁଷ୍ପାଞ୍ଜଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ l