Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ସହ ଟ୍ରକ ଜବତ,୨ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସନ୍ଧ୍ୟା ୬.୩୦ ଟା ବେଳେ ସୁବର୍ଣ୍ଣପୁର ଏସପି ଓ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ସାହୁ ଙ୍କନିର୍ଦ୍ଦେଶରେ ଏକ ସ୍ପେଶାଲ ଟିମ ଦେବାଶିଷ ସାହୁ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ଏକ ଇଚର କମ୍ପାନୀର ଟ୍ରକ ଯାହାର ନମ୍ବର HR63F-9333କୁ ଯାଞ୍ଚ କରିବାରୁ ସେଥିରୁ ୨ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି। ସେହିପରି ଟ୍ରକର ମୂଲ୍ୟ ପ୍ରାୟ ୨୦ ଲକ୍ଷ, ଗୋଟିଏ ଫୋନ ୧୦ ହଜାର ମୂଲ୍ୟର ଜିନିଷ ଜବତ କରିଛି ସୋନପୁର ପୋଲିସ। ଅଭିଯୁକ୍ତ ହରିୟାଣାର ଝାଝର ଜିଲ୍ଲା ନିବାସୀ ଦେବେନ୍ଦର୍ ସିଂହ ଓ ସତୀଶ ସିଂହ ଙ୍କୁ ସୋନପୁର ପିଏସ କେଶ ନମ୍ୱର୍ ୩୮୦ ତାରିଖ ୨୭-୧୧-୨୪ (us 20 ) b ii c ୨୫/୨୯ ଏନଡିପିଏସ ଧାରାରେ ଗିରଫ କରିଛି। ଆଜି ଏ ଘଟଣା ନେଇ ସୋନପୁର ପୋଲିସ ଷ୍ଟେସନରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଆଇଆଇସି ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀ ରେ ଏସପି ସାହୁ ସମସ୍ତ ସୂଚନା ଦେଇଛନ୍ତି। ଏବଂ ଏହା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ରାଜସ୍ଥାନକୁ ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏଥିରେ ଥାନା ର ସମସ୍ତ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ