Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟ ଊର୍ଜା ଯୋଗ ସେବା ସମିତି ପକ୍ଷରୁ ତୋଷାଳୀ କ୍ଳବ୍ କୋଡିନେଟରଙ୍କୁ ସମ୍ବର୍ଧନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ଭୁବନେଶ୍ବର ଠାରେ ପ୍ରତିଷ୍ଠା ହୋଇଥିବା ତୋଷାଳୀ ୱାକର୍ସ କ୍ଲବ୍ ଭୁବନେଶ୍ବରର କୋଡିନେଟର ଶ୍ରୀ ସୁରେଶ୍ୱର ପାଣିଗ୍ରାହୀ ଙ୍କୁ ଆଜି ଦିବ୍ୟ ଊର୍ଜା ଯୋଗ ସେବା ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ବଚ୍ଛ ଭାରତ ସଙ୍ଗଠନ ର ସକ୍ରୀୟ ସଦସ୍ୟ ତଥା ଯୋଗ ସମିତି ର ଶୁଭେଚ୍ଛୁ ଶ୍ରୀ ନରସିଂହ ବର୍ଗୀ ଙ୍କ ଦ୍ବାରା ଶୀତୁଆ ସକାଳରେ ଘାସର କାକର ଉପରେ ୱାକିଂ ରେ ଆଙ୍କି ଥିବା ଆକର୍ଷଣୀୟ କାକର ଫୁଲ ଝୋଟି ରେ ପ୍ରଥମେ ଆଜିର ଅତିଥିଙ୍କୁ ସ୍ଵାଗତ କରାଗଲା। ପରେ ପରେ ଯୋଗ ଗୁରୁ ମନୋଜ୍ ପଣ୍ଡା ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନାରେ ଯୋଗ ମଣ୍ଡପରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଗୋପାଳ ନେଗୀଙ୍କ ସମେତ ସମସ୍ତ ସଦସ୍ୟଙ୍କ ଦ୍ବାରା ଓଁ ଗାୟତ୍ରୀ ମନ୍ତ୍ର ମମେଣ୍ଟୋ ପ୍ରଦାନ୍ ପୂର୍ବକ ଶ୍ରୀ ପାଣିଗ୍ରାହୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଯୋଗ ସେବା ସମିତି ଓ ତୋଷାଳୀ କ୍ଳବ୍ ଉପରେ ଉଭୟ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ କାର୍ଯ୍ଯ କଳାପ ଓ ଅନୁଭୂତିକୁ ଆଜିର ଏହି ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସଭାରେ ନିଜ ନିଜ ଅନୁଷ୍ଠାନର ଅଭିଜ୍ଞତା ବଣ୍ଟା ଯାଇଥିଲା। ସ୍ମାର୍ଟ ପାର୍କ ସୋନପୁରରେ ବିଗତ ବର୍ଷରେ ବନ ବିଭାଗ ଓ ସ୍ୱଚ୍ଛ ଭାରତ ସଂଗଠନ ଦ୍ୱାରା ଅନୁଷ୍ଟିତ ମେଗା ପ୍ଲାଣ୍ଟଟେସନ ମହତ୍ କାର୍ଯ୍ଯ କ୍ରମରେ ତୋଷାଳୀ କ୍ଳବର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଆଇଜି ବଟ କୃଷ୍ଣ ତ୍ରୀପାଠୀ ଓ ଆଇଏଫ୍ଏସବିସି ପାଲ ଅତିଥି ଭାବେ ଯୋଗଦାନ ଓ ଅବଦାନ ବିଷୟ ସ୍ମରଣୀୟ ହୋଇ ରହିବ ବୋଲି ଯୋଗୀ ଶ୍ରୀ ତ୍ରିପାଠୀ ଆଜି ଏଠି ସୂଚାଇ ଦେଇଥିଲେ। ସ୍ମାର୍ଟ ପାର୍କ ର ପରିବେଶ ତଥା ଦିବ୍ୟ ଉର୍ଯା ଯୋଗ ସେବା ସମିତିର ଯୋଗାଭ୍ୟାସ, ଶୃଙ୍ଖଳା ଓ ପ୍ରକୃତି ଦତ୍ତ କାକର ବିନ୍ଦୁର ଝୋଟି ଦ୍ୱାରା ଭବ୍ୟ ସ୍ଵାଗତରେ ବିମୁଗ୍ଧ ହୋଇ ଥିଲେ ଅତିଥି।