ସମ୍ବଲପୁର:ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ସ୍ଵେଛାକୃତ ଚକ୍ଷୁଦାନ ଓ ଭିନ୍ନକ୍ଷମ କଲ୍ୟାଣ ସଂସ୍ଥା ଜ୍ୟୋତି ପକ୍ଷରୁ ଦୃଷ୍ଟିହୀନ, ମୁକ ବଧିର ଏବଂ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା l ଧନକଉଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଖାବସ୍ତା ଦଉଡ଼, ସୁଜିସୁତା ଦଉଡ଼, ମ୍ୟୁଜିକେଲ ଚେୟାର, ଗଣିତ, ବାସ୍କେଟବଲ ଫିଙ୍ଗା ପ୍ରଭୁତି ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା l ବୁର୍ଲା ସ୍ଥିତ ସରକାରୀ ଦୃଷ୍ଟିହୀନ ଓ ମୁକ ବଧିର ବିଦ୍ୟାଳୟ ଠାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଟଙ୍କା ଗଣିବା, ସଂଗୀତ ଏବଂ ମୁକ ବଧିର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ମ୍ୟୁଜିକେଲ ଚେୟାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା l ସର୍ବଶ୍ରୀ ବ୍ରଜବନ୍ଧୁ ସାହୁ, କାଳୀ ଚରଣ ପାଢ଼ୀ, ରଶ୍ମି ରଞ୍ଜନ ଶତପଥି, ଶ୍ରୀମତୀ ସୁଷମା ସାହୁ, ଶ୍ରୀମତୀ ରଶ୍ମିତା ପରିଡା, ସନ୍ଧ୍ୟାରାଣୀ ମିଶ୍ର, ଜ୍ୟୋତି ଅନୁଷ୍ଠାନ ର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ, ସଂଯୋଜକ କଳ୍ପନା ମିଶ୍ର, ଉପସଭାପତି ଅଖିଳ ରଞ୍ଜନ ପଟନାୟକ, ତାପସ କୁମାର ଦାସ, ରତ୍ନ ଭୁଷଣ ପୁରୁଷେଠ, ଶାନ୍ତନୁ ପାଢ଼ୀ ପ୍ରମୁଖ ଏହି ପ୍ରତିଯୋଗିତାମାନ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ l କୃତୀ ପ୍ରତିଯୋଗୀ ମାନଙ୍କୁ ଜ୍ୟୋତି ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନରେ ପୁରସ୍କୃତ କରାଯିବ।
ଜ୍ୟୋତି ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ପ୍ରତିଯୋଗିତା
