Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୋହିଲେ ଶବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସହର ପାତିକାର ପଡ଼ାର ବିଦ୍ୟାଧର ନାଏକ (୬୫)ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାକୁ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲା ବେଳେ ଘରକୁ ଶବ ନେବା ପାଇଁ ବେସରକାରୀ ଗାଡି ଅଧିକ ପଇସା ହୋଇଥିବାରୁ ଅର୍ଥା ଭାବ ଯୋଗୁଁ କରି ପାରି ନଥିଲେ ପରିବାର ଲୋକେ। ବିନିକା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଅନେକ ଥର ପ୍ରଶାସନକୁ ନେତା ମନ୍ତ୍ରୀଙ୍କୁ ମହାପ୍ରୟାଣ ଗାଡ଼ି ପାଇଁ ଦାବି ହେଉଥିଲେ ମଧ୍ୟ ଗାଡି ଟିଏ ନ ଥିବାରୁ ବାଧ୍ୟହୋଇ ମୃତ ଶବକୁ ବାଇକରେ ମେଡ଼ିକାଲରୁ ନିଜ ଘର ପାତିକାରପଡ଼ା କୁ ବୋହି ନେଇଥିଲେ ପରିବାର ଲୋକେ। ଏହାକୁ ଦେଖି ଗତ ୨୪ ବର୍ଷର ମହାନ୍ ସରକାର ଗୋଟେ ମହାପ୍ରୟାଣ ଗାଡ଼ି ଟିଏ ଯୋଗାଇ ପାରି ନ ଥିବା ବିଷୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଓ ସମାଲୋଚନା ହୋଇଛି। ବିନିକା ଡାକ୍ତରଖାନା ରେ ମହାପ୍ରୟାଣ ଗାଡିଟିଏ ନ ଥିବାରୁ ଅନେକେ ଏହିପରି ସାଇକେଲ, ବାଇକ ଓ କାନ୍ଧ ରେ ଶବ ବୋହି ନେଇଥିବା ନଜିର ରହିଛି। ସୁଚନା ଯୋଗ୍ୟ ଯେ ସୋନପୁର ପ୍ରାକ୍ତନ ଜିଲ୍ଲାପାଳ, ସିଡିଏମଓ, ସୋନପୁର ଓ ବିନିକାର ଜନ ପ୍ରତିନିଧି ଏ ଡାକ୍ତରଖାନାକୁ ମହାପ୍ରୟାଣ ଗାଡି ଦିଆଯିବାକୁ ବାରମ୍ବାର ପ୍ରତିଶୃତି ଦେଇଥିଲେ ସୁଦ୍ଧା ତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି। ମହାପ୍ରୟାଣ ଗାଡ଼ି ଟିଏ ଯୋଗାଇବାରେ ଇଚ୍ଛା ଶକ୍ତିର ଅଭାବ ଥିଲା ସତ ହେଲେ ଏ ଜିଲ୍ଲା ର ସଚ୍ଚୋଟ ନିରୀହ ଲୋକଙ୍କ ମତଦାନ (ଭୋଟ) ଦ୍ୱାରା କିନ୍ତୁ ଜନ ପ୍ରତିନିଧି ମାନଙ୍କ ପାଖରେ ଭଗଵାନ ଙ୍କ ଆଶୀର୍ବାଦ ରୁ ବଡ ବଡ ବିଭାଗ ଓ ଲାଲବତୀ ଭିଭିଆଇପି କ୍ୟାବିନେଟ୍ ଗାଡ଼ିର କେବେ ଅଭାବ ନ ଥିଲା। ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଜରୀଆରେ ତୁରନ୍ତ ଵିନିକାକୁ ମହାପ୍ରୟାଣ ଗାଡ଼ି ଟିଏ ଯୋଗାଇ ଦେବା କୁ ଏ ବିନିକା ଅଞ୍ଚଳ ର ଜନସାଧାରଣ ଦାଵି କରିଛନ୍ତି।