Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ବ ଏଡ୍ସ ଦିବସ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠା ପରିସରରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଜନ ସଚେତନତା ରାଲି ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିସର ରୁ ବାହାରି ସୋନପୁର ସହର ପରିକ୍ରମା କରିଥିଲା ବେଳେ ଏହି ରାଲି କୁ ଏଡିଏମ ଅଞ୍ଜଲିନା ପଧାନ ଶୁଭ ଉଦ୍ଘାଟନ କରିଥିଲେ। ଏହି ରାଲିରେ ସୋନପୁର ସ୍ଥିତ ବିଭିନ୍ନ ନର୍ସିଂ ତାଲିମ କେନ୍ଦ୍ର, ନର୍ସିଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଓ ଏଡ଼ସ ରୋଗ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ। ସଚେତନତା ରାଲି ପରେ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ପୁରୁଣା ଜିଲ୍ଲା ମୁଖ୍ୟାଳୟ ପରିସର ସ୍ଥିତ ସଭା ଗୃହ ଠାରେ ଏଡ଼ସ ରୋଗ ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ l ଏଡିଏମଓ (ଏଫ୍ ଡବ୍ଲୁ) ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ, ଏଡିଏମଓ (ଭି ଭି ଡି) ଡକ୍ଟର ଗୋପାଳ ଚନ୍ଦ୍ର ମଲ୍ଲିକ, ସୋନପୁର ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରେଡକ୍ରସର ସଂଯୋଜକ ଶ୍ରୀ ଉମାକାନ୍ତ ନାଗ ଓ ଶ୍ରୀ ଅର୍ଜ୍ଜୁନ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ଏଡ଼ସ ରୋଗ ର କାରଣ, ନିରାକରଣ ଓ ପ୍ରତିଷେଧକ ମୂଳକ ପଦକ୍ଷେପ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ ।ଏହି ଅବସରରେ ରେ ଏଡ଼ସ ରୋଗ ସମ୍ବନ୍ଧୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତ ରେ କୃତକାର୍ଯ୍ୟ ହୋଇ ଥିବା ପ୍ରତିଯୋଗୀ ଛାତ୍ର ଛାତ୍ରୀ ଓ ସଚେତନତା ରାଲି ରେ ଅଂଶ ଗ୍ରହଣ କରିଥିବା ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ଜିଲ୍ଲା ମୂଖ୍ୟ।ଳୟ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ।