Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନିକା ରେ ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ବାର୍ଷିକୀ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବର୍ଷୀୟାନ କଳାକାର ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା ଙ୍କ ଜନ୍ମ ଜୟନ୍ତୀ ଏକ ଭିନ୍ନ ଢ଼ଙ୍ଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ପାଳିତ ହୋଇଯାଇଛି। ଏହି ଜନ୍ମବାର୍ଷିକୀ ଉପଲକ୍ଷେ ବିନିକା ଟାଉନହଲରେ ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ, ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ, ଯୁବ ବ୍ୟବସାୟୀ ପ୍ରଶାନ୍ତ ବାବୁ, ଜନତା ଗ୍ୟାରେଜ ପ୍ରତିଷ୍ଠାତା ଭୀମସେନ ସାହୁ ପଶ୍ଚିମ ଓଡିଶା ୟୁବା ମଞ୍ଚ ସୁବର୍ଣ୍ଣପୁର ଜିଲ୍ଲା ଉପଦେଷ୍ଟା ସୃଜନ କୁମାର ପଣ୍ଡାଙ୍କ ସମେତ ସମସ୍ତ ଅତିଥି ରିବନ୍ କାଟି ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଦସ୍ୟ ଅରବିନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ୪ ଜଣ ମହିଳାଙ୍କ ସମେତ ସମୁଦାୟ ୩୨ ୟୁନିଟ ରକ୍ତ ସଂଗ୍ରହ ହେଇଥିବା ବେଳେ ୫୦ ଜଣ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ କରାଯାଇଥିଲା। ଏବଂ ୧୦ ଜଣକୁ ମାଗଣା ଅପେରସନ ଲାଗି ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଭର୍ତ୍ତି କରା ହୋଇଥିବା ସୂଚନା ମିଳିଛି। ଏହି କାର୍ଯକ୍ରମରେ ଯୁବାମଞ୍ଚ ସଭାପତି ଅଜିତ କୁମାର ପତି, ସୁମନ୍ତ ଶତପଥି, ଯତୀନ୍ଦ୍ର ନାୟକ, ଯୋଗଦାନ କରିଥିବା ବେଳେ କାର୍ଯକ୍ରମରେ ଶିବ ଶଙ୍କର ପଣ୍ଡା, ନିରାକାର ମେହେର, ଅଭିଳାଷ ମିଶ୍ର, ଦେବାଶିଷ ପ୍ରମୁଖ ସହଯୋଗ କରିଥିଲେ।