Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ-୨ ସମ୍ବଲପୁରରେ ସଂକୁଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ସମ୍ବଲପୁର:ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ-୨ ସମ୍ବଲପୁରରେ ସଂକୁଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି | ଭବିଷ୍ୟତ ର ନିରନ୍ତର ଅଭିବୃଦ୍ଧି ପାଇଁ ବିଜ୍ଞାନ ଏଵଂ ପ୍ରଯୁକ୍ତି ବିଦ୍ୟା ଶୀର୍ଷକ ବିଷୟବସ୍ତୁ ରେ ୭ଟି ଉପ ବିଷୟ ଏଵଂ ମିଲେଟ ଭବିଷ୍ୟତର ବୈକଳ୍ପିକ ଖାଦ୍ୟଶୀର୍ଷକ ଆଲୋଚନା ଚକ୍ରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସମ୍ବଲପୁର ସଂକୁଳର ୧୦ ଟି ବିଭିନ୍ନ ବିଦ୍ୟାଳୟ ର ୭୫ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ | ବିଦ୍ୟାଳୟ ର ଅଧ୍ୟକ୍ଷ୍ୟା ସୁସ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅବସର ପ୍ରାପ୍ତ ଉପାୟୁକ୍ତ ମୁରଲୀଧର ସାହୁ ମୁଖ୍ୟ ଅତିଥି ଏଵଂ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ଼ ରାମନରେଶ ମହାଳିଙ୍ଗ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ | ପ୍ରକଳ୍ପ ମାନଙ୍କର ବିଚାରକ ଭାବରେ ନିର୍ଣ୍ଣୟ ପ୍ରଦାନ କରିଥିବା ଡ଼ ଈଶ୍ବର ଚନ୍ଦ୍ର ବୈଠାରୁ, ଡ଼ ସରୋଜ କୁମାର ପ୍ରଧାନ, ଡ଼ ସରୋଜ କୁମାର ମିଶ୍ର,ଡ଼ ଶର୍ମିଲା ଗଡ଼ନାୟକ,ସୁଶ୍ରୀ ସଂଗୀତା ସାହୁ,ଶ୍ରୀମତୀ ରଶ୍ମିରେଖା ପଣ୍ଡା ମଞ୍ଚାସିନ ଥିଲେ |ପ୍ରକଳ୍ପ ଗୁଡିକରେ ପ୍ରଥମ, ଦ୍ଵିତୀୟ ତଥା ତୃତୀୟ ସ୍ଥାନ ପ୍ରାପ୍ତ କରିଥବା ତଥା ଆଲୋଚନା ଚକ୍ର ରେ ପ୍ରଥମ ସ୍ଥାନ ପ୍ରାପ୍ତ କରି ଥିବା ସମୁଦାୟ ୨୨ ଜଣ ପ୍ରତିଭାଗୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମ୍ଭାଗ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶିନୀ ରେ ଭାଗ ନେବେ |ସ୍ନାତକୋତ୍ତର ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭୋଇଙ୍କ ସଂଯୋଜନାରେ ପ୍ରଦର୍ଶନୀକୁ ସୁଚାରୁ ରୂପେ ସମ୍ପର୍ଣ୍ଣ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସକ୍ରିୟ ଯୋଗଦାନ ରହିଥିଲା | ବରିଷ୍ଠ ଶିକ୍ଷକ ସନାତନ ବାଞ୍ଜି ଧନ୍ୟବାଦ ପ୍ରଦାନ କରିଥିଲେ |