Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନମାନର ରାସ୍ତା କାମ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଞ୍ଚଳବାସୀ : ରାସ୍ତାଉପରେ ପିଚୁପଡିବାର ମାସେ ନପୂରୁଣୁ ରାସ୍ତାରୁ ଉଠିଯାଉଛି ପିଚୁ

କନ୍ଧମାଳ :୦୪/୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ପିଚୁ ପଡ଼ିବାର ମାସେ ନ ପୁରୁଣୁ ରାସ୍ତା ଉପରୁ ଖଣ୍ଡଖଣ୍ଡ ହୋଇ ଉଠିଯାଉଛି ପିଚୁ। କାମଟି ଏତେ ନିମ୍ନ ମାନର ହୋଇଛି ଯେ, ହାତରେ ଘଷିଦେଲେ ରାସ୍ତା ଉପରେ ପଡ଼ିଥିବା ପିଚୁ ସହ ଉଠିଯାଉଛି ଗୋଡି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଂଚଳବାସୀ। ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମିଳୁଛି ଠିକାଦାରଙ୍କ ଧମକ। ତେବେ ଏଭଳି ଏକ ନିମ୍ନ ମାନର ରାସ୍ତା କାମ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ପାଙ୍ଗା ଉପର ସାହି ପଞ୍ଚାୟତ ଅଂଚଳରେ।
ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ଉପାନ୍ତ ଅଞ୍ଚଳ ମାନଙ୍କ ରେ ଯାତାୟତର ସୁବିଧା ପାଇଁ ପକ୍କା ରାସ୍ତା ନିର୍ମାଣ କରିଥିବା କହୁଥିବା ବେଳେ ଏହି ରାସ୍ତା କାମ ଗୁଡିକ ରାଜ୍ୟର ନାମିଦାମୀ ନିର୍ମାଣ ସଂସ୍ଥା ବା ଠିକାଦାର ମାନଙ୍କୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଛନ୍ତି। କିନ୍ତୁ ନିର୍ମାଣ ଦାୟିତ୍ୱ ରେ ଥିବା ଠିକାସଂସ୍ଥା ଓ ଦାୟିତ୍ୱ ରେ ଥିବା ସରକାରୀ ବିଭାଗ ର ପ୍ରିୟା ପ୍ରତି ପୋଷଣ ଯୋଗୁଁ ରାସ୍ତା ଗୁଡିକ ନିମ୍ନ ମାନର ନିର୍ମାଣ ହେଉଥିବା ବେଳେ ରାସ୍ତା ଗୁଡିକର ସ୍ଥାୟିତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପାଙ୍ଗା ଉପରସାହି ପଞ୍ଚାୟତ ମାଲା ଠାରୁ କିଆମୁଣ୍ଡା ଟିକାର ପଦର ଗାଁ କୁ ସଂଯୋଗ କରୁଥିବା ରାସ୍ତା କୁ ଅଂଚଳବାସୀ ଙ୍କ ଦାବି ଅନୁଯାଇ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ଚାରି କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି ପ୍ରଥମତଃ ରାସ୍ତା ନିର୍ମାଣ କାର୍ଯ୍ୟଟି ବହୁ ବିଳମ୍ବ ହୋଇସାରିଥିବା ବେଳେ ବର୍ତମାନ କିଛିଦିନ ହେଲା ରାସ୍ତା କାମଟି ଚାଲୁ ରହିଛି । କିନ୍ତୁ ରାସ୍ତା କାମଟି ଅତି ନିମ୍ନ ମାନର ହେଉଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି। ରାସ୍ତାରେ ପିଚୁ ପଡୁଛି ସତ କିନ୍ତୁ ପିଚୁ ପଡ଼ିବାର ମାତ୍ର କେଇ ଦିନ ଭିତରେ ପିଚୁ ସବୁ ଆପେଅପେ ଉଠିଯାଉଛି। ଯାହାପାଇଁ ରାସ୍ତାର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ ନିମ୍ନ ମାନର ରାସ୍ତା କାମ ପାଇଁ ଏହି କିଆମୁଣ୍ଡା ଅଂଚଳର ଜନସାଧାରଣ ଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ମଧ୍ୟ୍ୟ ଦାନା ବାନ୍ଧିବାରେ ଲାଗିଛି। ତେବେ ଏହି ରାସ୍ତା କାମରେ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡାମି ଗ୍ରାମର ମୋତିଆନ ଦିଗାଲ,ଶରତ ଦିଗାଲ, ମୀଖାଏଲ ଦିଗାଲ,ଗବ୍ରୀ ଦିଗାଲ, ଖଗେଶ୍ବର ଦିଗାଲଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନା ଅନୁସାରେ ଏହି କାମଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ବେଳେ ସୂଚନା ପାଇଁ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଠାରୁ ଆରମ୍ଭ କରି ବିଭାଗର ବଡ଼ବଡ଼ିଆ ବାବୁ ମାନଙ୍କ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରହିଥିବା ମଧ୍ୟ୍ୟ ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ନିମ୍ନମାନର ରାସ୍ତା କାମ ଉପରେ ଏବେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧି ଜୀବୀ ଙ୍କ ମହଲରେ ଦାବୀ ହେଉଛି।