Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ଧନୁଯାତ୍ରା ପାଇଁ ଆଜି ବରଣ ହେଲେ କୃଷ୍ଣ, ବଳରାମ ଓ ନନ୍ଦ ରାଜା

ସମ୍ବଲପୁର:ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ପଡିଆବାହଲ ଧନୁଯାତ୍ରା ହେବ ଖୁବ ନିଆରା। ଏଥିପାଇଁ କମିଟି ଠାରୁ ଅଞ୍ଚଳ ବାସୀ ଖୁବ ତପ୍ତରତା ସହିତ ତୃଣ ମୂଳ ସ୍ତରରୁ ପ୍ରୟାସ ଆରମ୍ଭ କରିଛନ୍ତି।
ଆଗାମୀ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଧନୁଯାତ୍ରା ପାଇଁ ଆଜି କୃଷ୍ଣ, ବଳରାମ ଓ ନନ୍ଦ ରାଜାଙ୍କୁ କମିଟି ପକ୍ଷରୁ ବରଣ କରାଯାଇଛି। କମିଟି ସଭାପତି ପ୍ରମୋଦ ମଗର, ସମ୍ପାଦକ ସଞ୍ଜୀବ ଭୋଇ, ମୁନ୍ନା ମହାନନ୍ଦ, ବରୁଣ ସାହୁ, ଦୁର୍ଗେସ ସାହୁ, ଅନସୂୟା ସାହୁ, ପାର୍ବତୀ ମଗର, ଅହଲ୍ୟା ସୁନାକାଠି, ୠକ୍କୁଣୀ ମାଝୀ, ସବିତା ଭୋଇ, ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ରାଜେଶ ମେହେର, ରୁପେଶ ପାତ୍ର ପ୍ରମୁଖ ଏକତ୍ରିତ ହୋଇ କୃଷ୍ଣ ଭୂମିକା ର ସିଦ୍ଧି ସ୍ୱରୂପା ବଡ଼ପଣ୍ଡା, ବଳରାମ ଭୂମିକାର ନିହାରିକା ସାହୁ ଓ ନନ୍ଦ ରାଜା ସନ୍ତୋଷ କାଲୋଙ୍କୁ ରୀତି ନୀତି ଅନୁଯାଇ ଆଜି ବରଣ କରିଛନ୍ତି।
ଏହି ଯାତ୍ରା ପାଇଁ ଏବେ ଚଳ ଚଞ୍ଚଳ ହୋଇଛି ପଡିଆବାହଲ। ସବୁ ବର୍ଷ ପରି ପଡିଆବାହାଲ ସାପ୍ତାହିକ ହାଟ ପଡିଆ ମଥୁରା ନଗରୀ ଓ ପଡିଆବାହାଲ ଗ୍ରାମ ଗୋପପୁରରେ ପରିଣତ ହେବ।