Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଙ୍କଜିନୀ ପ୍ରଧାନଙ୍କୁ କଳିଙ୍ଗ କନ୍ୟା ସମ୍ମାନ

ସମ୍ବଲପୁର:ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ, ଭୁବନେଶ୍ବର ତରଫ ରୁ ସମ୍ବଲପୁର ଜିଲ୍ଲା ଜୁଯୋମୁରା ର ସମାଜସେବୀ ପଙ୍କଜିନୀ ପ୍ରଧାନଙ୍କୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟରିଙ୍ଗ୍ ଭବନ ରେ ଆୟୋଜିତ ଏକ ସ୍ବତନ୍ତ୍ର ସଭା ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୧୦୦ ଜଣ ମହିଳା ଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ଓ କଳିଙ୍ଗ କନ୍ୟା ପୁସ୍ତକ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଟ୍ରଷ୍ଟ ସଭାପତି ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରି ଥିଲେ। ୩୦ଟି ଜିଲ୍ଲା ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ପଙ୍କଜିନୀଙ୍କ ସହିତ ବରିଷ୍ଠ ସାମ୍ବାଦିକା ଗାର୍ଗୀ ଶତପଥୀ ଙ୍କୁ କଳିଙ୍ଗା କନ୍ୟା ସମ୍ମାନରେ ସମ୍ମାନିତ କରି ପୁରସ୍କୃତ କରାଯାଇଛି। ପଙ୍କଜିନୀ ତୃଣମୂଳ ସ୍ତରର ଜଣେ ସାମାଜିକ କର୍ମୀ ଭାବେ ପରିଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ