ଜାତୀୟ ପୁସ୍ତକ ସପ୍ତାହ ପାଳନ ଉଦଯାପିତ


ସମ୍ବଲପୁର:ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଜାତୀୟ ପୁସ୍ତକ ସପ୍ତାହ ପାଳନ ର ପଞ୍ଚମ ତଥା ଅନ୍ତିମଦିବସ ସମ୍ପ୍ରତି ଜମନକିରା ବ୍ଲକ ର ପଂଚାୟତ ଉଚ୍ଚ ବିଦ୍ୟାଳୟ ଖରସଂନମାଲ ଠାରେ ପାଳିତ ହୋଇଥିଲା।ଏହି ଅବସରରେ ଅୟୋଜିତ ଏକ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାମିତ୍ର ଦୀପ ସଭାପତିତ୍ୱ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଲାଇବ୍ରେରୀ ତରଫରୁ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର,ପ୍ରଫେସର ସଚିନ୍ଦ୍ର କୁମାର ମିଶ୍ର ଅତିଥି ଭାବେ ପିଲାଙ୍କୁ ପୁସ୍ତକ ପଠନ ର ଉପକାରିତା ସମ୍ବନ୍ଧରେ ସୂଚନା ପ୍ରଦାନ କରି ଅଧିକ ମାତ୍ରାରେ ବହି ପଢିବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରୁ କାର୍ଯ୍ୟକ୍ରମ ର ଉଦ୍ୟେଶ ଉପରେ ଆଲୋକପାତ କରି ପିଲାଙ୍କୁ ଉପାଦେୟ ବହି ପଢିଵା ଅଭ୍ୟାସ ଜାରି ରଖି ଆତ୍ମବିଶ୍ୱାସ ବୃଦ୍ଧି କରବାକୁ କହିଥିଲେ।ଏହି ଉପଲକ୍ଷେ ଅୟୋଜିତ ‘ପୁସ୍ତକ ପଢିଵା କାହିଁକି” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ରୀ କୁମାରୀ ସମୀକ୍ଷା ପ୍ରଧାନ,ଏଲିନା ସାହୁ ଓ ସାଗରିକା ସମଦର୍ଶିନୀ ବାର୍ଳା ,ଙ୍କୁ ଡାକ୍ତର ନାରାୟଣୀ ପଣ୍ଡା ଙ୍କ ପ୍ରାୟୋଜିତ ଜନକ ପ୍ରିୟା ଟ୍ରଫି ଓ ପ୍ରମାଣପତ୍ର ସହ ଲାଇବ୍ରେରୀ ତରଫରୁ ସମ୍ମାନିତ କରାଯାଇଥିଲା।ସ୍କୁଲ ର ଶିକ୍ଷକ ଶ୍ରୀ ରାଜେଶ କୁମାର ପୁରୋହିତ, ଶ୍ରୀ ଆଲୋକ କୁମାର ବେହେରା ଓ ଅଶ୍ୱିନୀ ପୁରୋହିତ ବିଚାରକ ଦାୟିତ୍ୱ ତୁଲେଇଥିବା ବେଳେ ଶିକ୍ଷକ ବିପ୍ଳବ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ନେତ୍ରାନନ୍ଦ ଖମାରି, ପ୍ରଦୀପ ପ୍ରଧାନ,ଧବଳେଶ୍ବର ଛତା ଓ ଅର୍ଜୁନ ମହାକୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।