Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛୁରୀ ଦେଖାଇ ଫୋନ ଓ ଫୋନ-ପେ’ ରୁ ଲୁଟି ନେଲେ ୧୫ ହଜାର ଟଙ୍କା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ମହାନଦୀ ବ୍ରିଜ ପାଖରେ ଗତକାଲି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଲୁଟ୍ ର ଶିକାର ହୋଇଛନ୍ତି ଜଣେ ଯୁବକ। ସୁଶାନ୍ତ ସାହୁ ନାମକ ଯୁବକ ସୋନପୁର ପଟରୁ ବୀରମହାରାଜପୁର ପଟକୁ ଯାଉଥିବା ବେଳେ ବ୍ରିଜ ଛକରେ ୪ ଜଣ ଯୁବକ ଏକ ଛୁରୀ ଏବଂ ଲୁହା ରଡ ଦେଖାଇ ଭୟଭୀତ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଜୋର ଜବରଦସ୍ତି ଫୋନ ପେ ମାଧ୍ୟମରେ ପଇସା ଟ୍ରାନସଫର୍ କରି ନେଇଥିବା ଜଣାପଡିଛି। ପରେ ତାଙ୍କ ଫୋନ ମଧ୍ୟ ଛଡାଇ ନେଇ ସେଠାରୁ ଯୁବକ ମାନେ ଚାଲିଯାଇଥିଲେ। ପରେ ସେ ଶ୍ରୀ ସାହୁ ନିକଟସ୍ଥ ହିକୁଡ଼ି ଫାଣ୍ଡି ରେ ଅଭିଯୋଗ କଲା ପରେ ସୋନପୁର ସଦର ଥାନାରେ ଖବର ପହଞ୍ଚିବା ପରେ ତତ୍ପର ହୋଇଥିଲା ସୋନପୁର ପୋଲିସ। ତୁରନ୍ତ ମୋବାଇଲ ଟିମ୍ ଚଢାଉ କରି ସ୍ଥାନୀୟ ବ୍ଲକ ଛକ ପାଖରୁ ତିନି ଜଣଙ୍କୁ ପୋଲିସ ଉଠାଇ ଆଣିଥିଲା ବେଳେ ଆଉ ଜଣେ ଯୁବକ ଫେରାର ହୋଇଯାଇଥିଲା। ଦୁଇ ଜଣ ଯୁବକ ହେଲେ ସ୍ଥାନୀୟ ଝୁପୁଡିପଡ଼ାର ସୁମନ୍ତ ସୁନା (୨୧), ଆଲୋକ ପୋଢ଼ (୧୯) ବର୍ଷ ହୋଇଥିବା ବେଳେ ଜଣେ ନାବାଳକ ଥିବା ସୂଚନା ମିଳିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ କୁ ବୌଦ୍ଧ ସ୍ଥିତ ବାଳ ସ୍ଵଧାର ଗୃହକୁ ପଠାଇ ଦିଆଯାଇଛି ଓ ଅନ୍ୟ ଫେରାର ଆସାମୀ କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସଆଇ ଦେବାଶିଷ ସାହୁ ଙ୍କ ଠାରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ