Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅପହୃତ ନାତିକୁ ଉଦ୍ଧାର ଦାବିରେ ତ୍ରୀରଙ୍ଗା ଧରି ଜାତିୟ ରାଜପଥରେ ବୃଦ୍ଧାଙ୍କ ଧାରଣା

ତାଳଚେର: ତାଳଚେର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ବସିଛନ୍ତି ଜଣେ ବୃଦ୍ଧା । ହାତରେ ଧରିଛନ୍ତି ଜାତୀୟ ପତାକା । ତାଳବେଡ଼ା ଛକଠାରେ ଜାତୀୟ ପତାକା ଧରି ରାସ୍ତା ଅବରୋଧ କରିଛନ୍ତି ବୃଦ୍ଧା ଜଣଙ୍କ । ଆଉ ଦାବି କରିଛନ୍ତି ମୋ ନାତିଙ୍କୁ ଖୋଜି ଆଣ । ବୃଦ୍ଧା ଜଣକ ହେଲେ ବାଲୁଗାଁ ଗାଁର କଦଳୀ ପ୍ରଧାନ ।

ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ନାତି ସୁଜନ ପ୍ରଧାନ ଅପହରଣ ହୋଇଥିବା ଅଭିଯୋଗରେ ନ୍ୟାୟ ଦାବି କରି ରାସ୍ତା ଅବରୋଧ କରିଥିଲେ । ତେବେ ରାଜରାସ୍ତା ଅବରୋଧ ପାଇଁ କିଛି ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା । ଘଣ୍ଟା ଘଣ୍ଟା ଧରି ରାଜରାସ୍ତା ଉପରେ ଗାଡି ଗୁଡିକ ଅଟକି ରହିଥିଲା । ଦୀର୍ଘ ୩ ଘଣ୍ଟା ଧରି ଏଭଳି ହାଇଡ୍ରାମା ପରେ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ବୁଝାଶୁଝା କରି ଘରେ ଛାଡିଥିଲା । ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।