Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ; ୨୦ ଯାଏ ଚାଲିବ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଓବିସି ସର୍ଭେ । ପଛୁଆବର୍ଗଙ୍କୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ସର୍ଭେ। ଆସନ୍ତା ୨୦ ଯାଏ ଚାଲିବ ଏହି ସର୍ଭେ। ୨୦ରୁ ୨୭ ସ୍ବତନ୍ତ୍ର ସର୍ଭେ ହେବ। ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଉଛି।

ଏହି ସର୍ଭେରେ ସାମିଲ ହେବାକୁ ହେଲେ ଲୋକଙ୍କୁ ଯେକୌଣସି ଗୋଟିଏ ପରିଚୟ ପତ୍ର ନେଇ ଯିବାକୁ ହେବ। ଭୋଟର ଆଇକାର୍ଡରୁ ନେଇ ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଏଥିରୁ କୌଣସି ଗୋଟିଏ ହେଲେ ବି ଚଳିବ। ନୋଡାଲ ଅଫସିର, ମେୟର ସମସ୍ତ ସେଂଟର ପରିଦର୍ଶନ କରି ସର୍ଭେ ଠିକ୍‌ରେ ଚାଲିଛି କି ନାହିଁ ତାର ତଦାରଖ କରୁଛନ୍ତି।

ଏହି ସର୍ଭେରେ ୨୦୮ ପଛୁଆ ବର୍ଗ ସାମିଲ ହୋଇଛନ୍ତି । ତେବେ ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଉଥିବା ଜଣାଯାଇଛି । ତେବେ ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ ଚାଲିଛି ।