ନାଵଳିକା ଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ: ପକଶୋ କୋର୍ଟରେ ହାଜର


ସମ୍ବଲପୁର, ୦୫. ୧୨:(ଆନିସ):ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ପକ୍ଷରୁ ଚଢ଼ାଉ କରି ନାବାଳିକା କୁ ଶାରୀରିକ ଦୁଷ୍କର୍ମ ଅଭିଯୋଗ ରେ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ପକଶୋ କୋର୍ଟ ହାଜର କରିଛି l ସୂଚନା ଯୋଗ୍ୟ ଯେ, ମହୁଲପାଲି ଥାନା ଅନ୍ତର୍ଗତ ଜରାବଗା ରଙ୍ଗବତୀ ବିଲୁଙ୍ଗ ଗ୍ରାମରେ ଗତ ୩୦ ତାରିଖ
ଦିନ ଅର୍ଦ୍ଧ ରାତ୍ର ପ୍ରାୟ ୨ ଟା ସମୟରେ ଜଣେ ୧୪ବର୍ଷୀୟା ନାବାଳିକା ତାର ସମ୍ପର୍କୀୟ ଙ୍କ ସହ ଯାତ୍ରା ଅପେରା ଦେଖି ଘରକୁ ଫେରୁ ଥିବା ସମୟରେ ବିଲୁଙ୍ଗ ବ୍ରିଜ ପାଖରେ ୪ ଜଣ ଅଭିଯୁକ୍ତ ପୀଡିତା ନାବାଳିକା କୁ ପାଖ ଜଙ୍ଗଲ କୁ ଟେକି ନେଇ ପାଶବିକ ଦୁଷ୍କର୍ମ କରିଥିବା ସହ ତାଙ୍କ ପାଖରୁ ୭୫୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଯାଇଥଏ l ଏଥିସହ ସେହି ଘଟଣା ସମ୍ପର୍କ ରେ କାହାକୁ ସୂଚନା ଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇ ପରିତ୍ୟକ୍ତ ଅବସ୍ଥା ରେ ସେଠି ଛାଡି ଯାଇଥିଲେ l
ଏହି ଦୁଷ୍କର୍ମ ଘଟଣା ବିଷୟରେ ଗତ ୧ ଡିସେମ୍ବର ତାରିଖ ଦିନ ପୀଡିତା ଙ୍କ ପକ୍ଷରୁ ମହୁଲପାଲି ଥାନାରେ ଏକ ଏତଲା ଦାୟର କରାଯାଇଥିଲା l ମହୁଲପାଲି ର ଥାନାଧିକାରୀ ତଥା ସବ ଇନ୍ସପେକ୍ଟର ଏସ.ଏଫ.ଏକ୍କା ଏହି ନାବାଳିକା ଦୁଷ୍କର୍ମ ଉପରେ ପୀଡିତା ଓ ସମ୍ପର୍କୀୟ ଙ୍କ ସୂଚନା ଆଧାର ରେ ଦତନ୍ତ ଆରମ୍ଭ କରି ଓ ଅନୁସନ୍ଧାନ ପରେ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମ ର ଅନିଲ ମିଞ୍ଜ (୨୭ ବର୍ଷ ), ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବିଲୁଙ୍ଗ ଗ୍ରାମ ର ଜିତେନ୍ଦ୍ର ଭଞ୍ଜ ଓରଫ ସଂଜିତ( ୧୯ ବର୍ଷ ), ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କର୍ମା ବାହାଲ ଗ୍ରାମର ସରୋଜ ଏକ୍କା ( ୨୪ ବର୍ଷ ), ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ଦୁମକୁ ଗ୍ରାମର ଗୋବିନ୍ଦ କିଷାନ ( ୨୮ ବର୍ଷ ) ଙ୍କୁ ଗିରଫ କରି ପୋସ୍କୋ କୋର୍ଟ ରେ ଗତକାଲି ହାଜର କରିଛି ମହୁଲପାଲି ପୋଲିସ l
ଏଥିସହ ଗିରଫ ଅଭିଯୁକ୍ତ ଙ୍କ ପାଖରୁ ଗୋଟିଏ ବାଜାଜ ଡ଼ିସଭର ମୋଟର ସାଇକିଲ, ୫ଟି ମୋବାଇଲ ଫୋନ ଓ ୭୫୦ ନଗଦ ଟଙ୍କା ଜବତ କରିଛି l