ସମ୍ବଲପୁର:ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମାଜସେବା ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ବରଗଡ ଜିଲ୍ଲାର ଭଟଲି ବ୍ଲକ ଅଧିନସ୍ଥ ଉର୍ଦ୍ଦୁନା ପଞ୍ଚାୟତ ଠାରେ ଏକ ଗ୍ରାମୀଣ ଅଧ୍ୟୟନ ଶିବିର ସମ୍ପନ୍ନ ହୋଇଯାଇଛି । ଏଥିରେ ଶିକ୍ଷାର୍ଥୀମାନଙ୍କୁ ପନ୍ଦର ଦିନ ସେହି ଗ୍ରାମର ପରିବେଶ ସହ ନିଜକୁ ଅନୁକୂଳ କରି କିଛି ଶୋଧ, ସର୍ବେକ୍ଷଣ ଓ ଅଧ୍ୟୟନ କରିଥିଲେ । ଏଥିରେ ମହିଳାଙ୍କ ଭାଗିଦାରୀ, ମହିଳା ସଶକ୍ତିକରଣ, ମହିଳା ସ୍ବାସ୍ଥ୍ୟ, ଯୁବତୀଙ୍କ ମାସିକ ଧର୍ମ, ଆର୍ଥିକ ସାକ୍ଷରତା ତଥା ଏଥିପାଇଁ ସେମାନେ ସ୍ଥାନୀୟ ଏସଏଚଜି (ସ୍ବୟଂ ସହାୟିକା ଗୋଷ୍ଠୀ) , ଚାଷିର ଉନ୍ନତି ଓ ବୃଦ୍ଧାମାନଙ୍କ ସ୍ଥିତି ବିଷୟରେ ସେମାନେ ଅଧ୍ୟୟନ କରିଥିଲେ । ଏହା ସହିତ ସ୍ଥାନୀୟ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୋଜନ ପୂର୍ବରୁ ହାତ ଧୋଇବା ଓ ନିଶାଦ୍ରବ୍ୟ ବିରୁଦ୍ଧରେ ସଚେତନତା ଆଦି କିଛି ଜରୁରୀ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ଦିଗଦର୍ଶନ ଦେବା ପାଇଁ ସହକାରୀ ଅଧ୍ୟାପକ ରୂପେ ଡ. ସୁଦାମ ତାଣ୍ଡି ଓ ବନ୍ଦନା ମେହେର ସାମିଲ ରହିଥିଲେ । ଏହି ୧୫ ଦିନିଆ ଶିବିର ଫଳରେ ଏଥିରେ ସାମିଲ ଛାତ୍ରଛାତ୍ରୀ ଓ ଉର୍ଦ୍ଦୁନା ଗାଁ’ବାସୀ ଉଭୟ ପକ୍ଷ କିଛି ନୂତନ ଅନୁଭବ ସହିତ ଉପକୃତ ହୋଇଛନ୍ତି ।