Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଳିକା ହାଇସ୍କୁଲରେ ମୃତ୍ତିକା ସଂରକ୍ଷଣ ଓ ପରିଚାଳନାକୁ ଗୁରୁତ୍ୱ

ସମ୍ବଲପୁର:କୃଷି କ୍ଷେତ୍ରରେ ମାତ୍ରାଧିକ ପରିମାଣର ରାସାୟନିକ ଓ କୀଟନାଶକ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ ପାଇବା ସହିତ ସମଗ୍ର ମାନବଜାତି ଏବଂ ପ୍ରାଣୀଜଗତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେଉଛି।ତେଣୁ ମୃତ୍ତିକା ସଂରକ୍ଷଣ ପ୍ରତି ଛାତ୍ରାବସ୍ଥାରୁ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶାନ୍ତି ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଭୁକ୍ତା ଜନତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗଦେଇ ବିଶ୍ଵ ମୃତ୍ତିକା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ମୃତ୍ତିକା ପ୍ରଦୂଷଣ ହେବା ଦ୍ୱାରା ସମଗ୍ର ଜୀବଜଗତ କିପରି ପ୍ରଭାବିତ ହେଉଛି ସେ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶାନ୍ତି ସୁନା ଜୈବିକ କୃଷିକୁ ଗୁରୁତ୍ବ ପ୍ରଦାନ କରିଥିବା ବେଳେ ଶିକ୍ଷକ ଯତୀନ ମେହେର ମୃତ୍ତିକା ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଲନାରେ ଇକୋ କ୍ଲବ ଶିକ୍ଷୟିତ୍ରୀ ଶ୍ରୀମତି ଅଞ୍ଜଳି ବିଶ୍ବାଳ ସହଯୋଗ କରିଥିବା ବେଳେ ଇକୋ କ୍ଲବ ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।