ଗର୍ଭାଶୟ ସଂକ୍ରମଣ ଯୋଗୁଁ ଆଖି ବୁଜିଲା କଳରାପତରିଆ ବାଘ ରାଣୀ


ସମ୍ବଲପୁର:ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କଲା ସମ୍ବଲପୁର ଜୁ ର ମାଇ କଳରାପତରିଆ ବାଘ ରାଣୀ I ସୂଚନା ଥାଉ କି ଗତ ବର୍ଷେ ପୂର୍ବରୁ ନୁଆଁପଡା ରୁ ମଣିଷ ଖିଆ କଲରାପତରିଆ ବାଘ ରାଜା କୁ ସମ୍ବଲପୁର ଜୁ କୁ ଅଣାଯାଇଥିଲା ଓ ନଭେମ୍ବର ମାସ ରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛଡ଼ାଯାଇଥିଲା I ଦୁହେଁ ଭେଟ ହେବା ପରେ ସାଙ୍ଗେ ସାଙ୍ଗେ ମେଟିଙ୍ଗ ରେ ଲାଗି ପଡ଼ିଥିଲେ I ମାସକ ପରେ ଗର୍ଭ ପରୀକ୍ଷା କରାଯିବାର ଥିଲା I କିନ୍ତୁ ଗତ ତିନି ତାରିଖ ସନ୍ଧ୍ୟା ରେ ରାଣୀ ର ଗୁପ୍ତାଙ୍ଗ ରୁ ପାଣି ବାହାରୁଥିବା ବେଳେ ପରୀକ୍ଷା କରାଇଥିଲା I ପ୍ରାଥମିକ ପରୀକ୍ଷା ରୁ ଗର୍ଭାଶୟ ସଂକ୍ରମଣ ହୋଇଥିବା ଜଣା ପଡିଥିଲା I ଚିକତ୍ସା ଆରମ୍ଭ ହୋଇଥିବା ବେଳେ ଗତକାଲି ରାତି ନଅ ଟା ରେ ତାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ I