Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁର ବିକାଶମୂଳକ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଓ ବ୍ଲକ୍ ସ୍ତରୀୟ କାଉନସେଲିଂ କ୍ୟାମ୍ପ ୨୦୨୪-୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆଜି ଦଶ ଘଟିକା ସମୟ ରେ ସମ୍ବଲପୁର ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁର ର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଏବଂ ବ୍ଲକ୍ ସ୍ତରୀୟ କାଉନସେଲିଂ କ୍ୟାମ୍ପ ୨୦୨୪-୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ) ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଟେକ୍ନିକାଲ) ଶ୍ରୀ ବିବି ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରେଣୁବାଳା ନନ୍ଦ, ପିଏଆଇଟିଡ଼ିଏ ଶ ହେମସାଗର ଭୋଇ,ଡିଆରସିଏସ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ବୈଠକ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମହାତ୍ମାଗାନ୍ଧୀ ନାସନାଲ ରୁରାଲ ଏମପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ) ର କାର୍ଯ୍ୟକାରିତା, ସ୍ଵଛ ଭାରତ ମିଶନ ଓ ପାନୀୟ ଜଳ ର କାର୍ଯ୍ୟକାରିତା, ରେଡ୍ କ୍ରସ୍ ର କାର୍ଯ୍ୟକଳାପ, ଗ୍ରାମୀଣ ଗୃହ ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ୧୦୦ ଜନସଂଖ୍ୟା ରହୁଥିବା ଗ୍ରାମକୁ ଯୋଗାଯୋଗ ପାଇଁ ଗ୍ରାମ ଗୁଡିକ ର ତାଲିକା ସଂଗ୍ରହ, ସୋସିଆଲ ଅଡିଟ୍, ହାଉସିଂ ଏବଂ ଫ୍ୟାମିଲି ୱେଲଫେୟାର, ଅଙ୍ଗନୱାଡି କେନ୍ଦ୍ର ର ନିର୍ମାଣ, ରାଜ୍ୟ ଆର୍ଥିକ ନିଗମ, ଭିଏସ୍ଏସ ବିଲଡିଂ ର ପରିଚାଳନା, ଓଡିଶା ଜୀବିକା ମିଶନରେ କିପରି ସମସ୍ତ ଗରିବ ପରିବାରଙ୍କ ନିକଟରେ ପହଂଚିପାରି ସେମାନଙ୍କୁ ନିରନ୍ତର ଜୀବିକା ଯୋଗାଇ ଦେବା ସହିତ ଦାରିଦ୍ର୍ୟରୁ ବାହାରିବା ପର୍ଯ୍ୟନ୍ତ ଭଲ ଜୀବନଯାପନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିପୋଷଣ କରିବା, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ଯୋଜନା(ଓରମାସ ) ଅଧୀନ ରେ ବିଭିନ୍ନ ପ୍ରକଳ୍ପ ଏବଂ ପଦକ୍ଷେପ ମାଧ୍ୟମରେ ଓଡିଶାର ଗ୍ରାମୀଣ ଉତ୍ପାଦକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ଯୋଗାଇ ଦେଇ ଦାରିଦ୍ର୍ୟ ଦୂରୀକରଣ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଦକ୍ଷତା ବୃଦ୍ଧି ଏବଂ ଗ୍ରାମୀଣ ସମ୍ପ୍ରଦାୟର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ରେ ଉନ୍ନତି କିପରି କରି ହେବ ସେ ବିଷୟ ରେ ଆଲୋଚନା କରିଥିଲେ। ବ୍ଲକ ସ୍ତରୀୟ କାଉନସେଲିଂ କ୍ୟାମ୍ପକୁ ନିୟମିତ ଭାବେ ସଫଳ ଭାବରେ ଆୟୋଜନ କରିବା ପାଇଁ ବିଭିନ୍ନ ବ୍ଲକ୍‌ରେ ଦରକାରୀ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି। ୨ଶହ ଜଣ ଅଂଶଗ୍ରାହୀ ପାଇଁ ମଞ୍ଚ ର ଆୟୋଜନ କରାଯିବ। ଦୈନିକ ସମ୍ବାଦ ପତ୍ର, ପୋଷ୍ଟର, ଲିଫଲେଟ ଆଦି ମାଧ୍ୟମରେ କାଉନସେଲିଂ କ୍ୟାମ୍ପର ପ୍ରଚାର କରାଯିବ। ପ୍ରତ୍ଯେକ ବ୍ଲକ୍‌ରେ କ୍ୟାମ୍ପ ସକାଳ ୧୦ ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁସାରେ ସମ୍ବଲପୁର ର ସମସ୍ତ ବ୍ଲକ୍‌ରେ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହେବ।