Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଅବୋହୂଙ୍କୁ ବାପା ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା, ପୁଅ ବି ହାରିଲଷ ଜୀବନ

ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ପୁଅବୋହୂଙ୍କ ଉପରେ ବାପା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ । ପୂର୍ବରୁ ବୋହୂଙ୍କ ମୃତ୍ୟୁ ଘଟିଥିଲା ।
ଟଙ୍କା ନଦେବାରୁ ଗତ ଶନିବାର ଦୀନବନ୍ଧୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ । ସ୍ଵାମୀଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସସ୍ମିତା ମଧ୍ୟ ପୋଡ଼ି ହୋଇଯାଇଥିଲେ ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଘଟଣାର ପରଦିନ ଅର୍ଥାତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ ଘଟିଥିଲା । ଆଉ ଜୀବନ ସହ ସଂଗ୍ରାମ କରୁଥିବା ଦୀନବନ୍ଧୁ ଗତରାତିରେ ଆଖି ବୁଜିଛନ୍ତି ।