Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କୃଷି ଅଧିକାରୀ ବୀରମହାରାଜପୁର ଧୀରେନ୍ଦ୍ର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ହୃଷିକେଶ ଦାସ, ମାର୍କଫେଡ ଅଧିକାରୀ ଗଣେଶ୍ୱର ମହାପାତ୍ର, ପାରାଦ୍ଵୀପ ପସଫେଟ ଲିମିଟେଡ଼ ଏରିଆ ମ୍ୟାନେଜର ସୁନୀଲ ସାହୁ, ଜିଲ୍ଲା କୃଷି ଅଧିକାରୀ ସୋନପୁର ଘନଶ୍ୟାମ ଦେହୁରୀ, କୃଷି ଜିଲ୍ଲା ଅଧିକାରୀ ଡୁଙ୍ଗୁରିପାଲି ବିପିନ ଉଦଗାତା ଓ ବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡଃ ବିଶ୍ଵ ରଂଜନ ପଟ୍ଟନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା କୃଷି ଅଧିକାରୀ ବିଶ୍ଵ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ଶୀର୍ଷକ ମୃତ୍ତିକାର ଯତ୍ନ, ପରିମାପ, ପର୍ଯ୍ୟବେକ୍ଷକ, ପରିଚାଳନା ପରିପ୍ରେକ୍ଷୀରେ ମୁଖ୍ୟବକ୍ତା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡଃ ପଟ୍ଟନାୟକ ବକ୍ତବ୍ୟରେ ମାଟିକୁ ମା ସହିତ ତୁଳନା କରି ଭବିଷ୍ୟତ ପାଇଁ ମାଟିର ଗୁଣାତ୍ମକମାନକୁ ବଜାୟ ରଖିବା ସହିତ, ମାଟିର ଆବଶ୍ୟକ ଯନ୍ତ୍ର ଏବଂ ଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ମାଟିର ଉପଯୁକ୍ତ ପରିଚାଳନା ଓ ମାଟିରେ ପରୀକ୍ଷା ଭିତ୍ତିରେ ସାର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ପୋଷ୍ଟର ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦ ଜଣ ଚାଷୀ ଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଚାଷୀ, ଛାତ୍ର ଛାତ୍ରୀ ଓ ସାମ୍ୱାଦିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।